ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଚାର ମଙ୍ଗଧରିବେ ପ୍ରିୟଙ୍କା

0

ନୂଆଦିଲ୍ଲୀ ..- ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗୁରୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।  ସୋମବାରରେ ସେ ବିଦେଶଯାତ୍ରାରୁ ଫେରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ।   କଂଗ୍ରେସ ମୁଖ୍ୟାଳୟରେ  ତାଙ୍କୁ ରାହୁଲ ଗାନ୍ଧୀକ କୋଠରୀ ନିକଟରେ  କୋଠରୀ ପ୍ରଦାନ କରାଯାଇଛି । ଆସନ୍ତା ୧୧ ତାରିଖରୁ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ଗସ୍ତ କରିବେ । ସେ ଲକ୍ଷ୍ମୌରେ ଦଳର କର୍ମକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଏକ ରୋଡ୍‌ ସୋ କରିବେ  ବୋଲି ସୂଚନା ମିଳିଛି ।

ସୂଚନା ଯୋଗ୍ୟ ପ୍ରିୟଙ୍କାଙ୍କୁ ପୂର୍ବ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ଏବେ ଉତ୍ତରପ୍ରଦେଶ ମେଣ୍ଟ କରିଛନ୍ତି । ମାତ୍ର କଂଗ୍ରେସ ଏବେ ଏହି ମେଣ୍ଟରେ ସାମିଲ ହୋଇ ନାହିଁ । ୨୦୧୪ରେ ଉତ୍ତର ପ୍ରଦେଶରେ କଂଗ୍ରେସ ମାତ୍ର ୨ଟି ଆସନ ମିଳିଥିବା ବେଳେ ୮ ପ୍ରତିଶତରୁ କମ୍‌ ଭୋଟ୍‌ ମିଳିଥିଲା । ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରିୟଙ୍କାଙ୍କୁ ଦାୟୀତ୍ୱ ଦିଆଯାଇଛି

Leave A Reply