ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଦାବି

0

ନ୍ୟୁୟର୍କ : ଯୌନ ନିର୍ଯାତନା ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଆତଙ୍କବାଦୀ ସଙ୍ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ଦାବି କରିଛି । ସଶସ୍ତ୍ର ସଂଘର୍ଷ ଚାଲିଥିବା ଅଞ୍ଚଳଗୁଡ଼ିକରେ ଯେଉଁ ଆତଙ୍କବାଦୀ ଓ ଆତଙ୍କବାଦୀ ସଙ୍ଗଠନ ଯୌନ ନିର୍ଯାତନା ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେଗୁଡ଼ିକର ତାଲିକା ପ୍ରସ୍ତୁତ କରିବାପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ଜାତିସଂଘ ନିରାପତ୍ତା ପରିଷଦକୁ ଭାରତ ଆହ୍ୱାନ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପଲୋମୀ ତ୍ରିପାଠୀ କହିଛନ୍ତି, ଶାନ୍ତି ପ୍ରକ୍ରିୟାରେ ମହିଳାମାନଙ୍କର ଭୂମିକା ଓ ଅଭିଜ୍ଞତା ଅତ୍ୟନ୍ତ ଅବହେଳିତ ସ୍ତରରେ ରହିଛି। ମହିଳା, ଶାନ୍ତି ଓ ନିରାପତ୍ତା ଶୀର୍ଷକ ଜାତିସଂଘ ନିରାପତ୍ତା ପରିଷଦର ଏକ ବିତର୍କରେ ଭାଗ ନେଇ ସେ ଏହା କହିଛନ୍ତି। ଯୁଦ୍ଧ ଚାଲିଥିବା ଅଞ୍ଚଳରେ ଆତଙ୍କବାଦୀ ଓ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକଦ୍ୱାରା କରାଯାଉଥିବା ଯୌନ ନିର୍ଯାତନା, ଅପହରଣ ଓ ମହିଳାମାନଙ୍କ ଚୋରାଚାଲାଣ ବିଷୟରେ ଶ୍ରୀମତୀ ତ୍ରିପାଠୀ ଉଦ୍‍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା, ଶାନ୍ତି ଓ ନିରାପତ୍ତା ପାଇଁ ସୁରକ୍ଷା ପରିଷଦକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ଏକ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରି ସେ କହିଛନ୍ତି, ବିଶ୍ୱର କୌଣସି ଦେଶ ଏକାକୀ ଏହି ଆହ୍ୱାନ ଗୁଡ଼ିକର ମୁକାବିଲା କରିପାରିବ ନାହିଁ। ପୂର୍ବରୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ବିତର୍କରେ ଉଦ୍‍ବୋଧନ ଦେଇ ଶାନ୍ତି ପ୍ରକ୍ରିୟାରେ ମହିଳାମାମାନଙ୍କ ଅଂଶଗ୍ରହଣ ବହୁତ କମ୍‍ ରହିଥିବାର ଉଲ୍ଲେଖ କରିଥିଲେ।

Leave A Reply