ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଜାରି ରଖିବାକୁ ୟୁଆଇଡିଏଆଇର ପରାମର୍ଶ

0

ନୂଆଦିଲ୍ଲୀ : ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଜାରି ରଖିବାକୁ ୟୁଆଇଡିଏଆଇ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି। ଏହା ନହେଲେ ଲୋକମାନେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସହାୟତା ପାଇପାରିବେ ନାହିଁ। ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ଦ୍ୱାରା ଭାରତୀୟ ଜାତୀୟ ପେମେଣ୍ଟ ନିଗମକୁ ଲେଖାଯାଇଥିବା ପତ୍ରକୁ ବିଚାରକୁ ନେଇ ୟୁଆଇଡିଏଆଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ଏନ୍‍ପିସିଆଇକୁ ଏକ ଚିଠି ଲେଖି ଆଧାରଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ବନ୍ଦ କରିବା ପାଇଁ ନିଜର ଇଚ୍ଛା ବିଷୟରେ ଜଣାଇଥିଲା। ଏହି ବ୍ୟବସ୍ଥା ଜାରି ରଖାଗଲେ ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ ହେବ ବୋଲି ଷ୍ଟେଟ୍‍ବ୍ୟାଙ୍କ ଦର୍ଶାଇଥିଲା।
ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ ଆଧାର ନମ୍ବରର ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ। କିନ୍ତୁ ଆୟକର ରିଟର୍ଣ୍ଣ ଦାଖଲ, ପ୍ୟାନ୍‍ ନମ୍ବର ଓ କଲ୍ୟାଣମୂଳକ ଯୋଜନା ଗୁଡ଼ିକର ସହାୟତା ପାଇବା ଆଦି କ୍ଷେତ୍ରରେ ଆଧାର ନମ୍ବରକୁ ବ୍ୟବହାର କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ।

Leave A Reply