ମିଳିଲା ଉଜ୍ଜଳା ସିଲିଣ୍ଡର ବିସ୍ପୋରଣର କ୍ଷତିପୂରଣ ରାଶି

0

ରାୟଗଡା : ରାୟଗଡା ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅର୍ନ୍ତଗତ କାଦୁଆରେ ଉଜ୍ୱଳା ଗ୍ୟାସ ସିଲିଣ୍ଡର ବିସ୍ପୋରଣରେ ହିତାଧିକାରୀଙ୍କୁ କ୍ଷତିପୂରଣ ଦିଆଯାଇଛି। ହିତାଧିକାରୀ ରୀତା ପ୍ରଧାନଙ୍କୁ ମଙ୍ଗଳବାର ବିତରକ ପ୍ରିୟରଞ୍ଜନ ଉଜ୍ଜଳା ଯୋଜନାର ପଞ୍ଜିକୃତ ବୀମାରାଶି ଅନୁସାରେ ୧ଲକ୍ଷ ୪୨ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସୂଚନା ମୁତାବକ ଗତ ୨୪ ନଭେମ୍ବର ୨୦୧୭ରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ରୀତା ପ୍ରଧାନଙ୍କ ଘରେ କୌଣସି କାରଣ ବଶତଃ ନିଆଁ ଲାଗି ଗ୍ୟାସ ସିଲିଣ୍ଡରଟ ବିସ୍ପୋରଣ ହୋଇଥିଲା । ଯେଉଁ ଘଟଣାରେ ୭ ଜଣ ଆହତ ହେବା ସହ ରୀତାଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ।  ସେ  ଉଜ୍ଜଳା ଯୋଜନାରେ ହିତାଧିକାରୀ  ହୋଇଥିବାରୁ , ବୀମା ପଞ୍ଜୀକରଣ ଅନୁସାରେ ସେ କ୍ଷତି ପୂରଣ ରାଶି ପାଇଛନ୍ତି ।

Leave A Reply