୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ : ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୩୦୫ରନ୍ 

0

ଢାକା : ବାଂଲାଦେଶର ଢାକାଠାରେ ଚାଲିଥିବା ୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟର ଫାଇନାଲରେ ଭାରତ, ଶ୍ରୀଲଙ୍କା ପାଇଁ ୩୦୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ ହରାଇ ୩୦୪ ରନ ସଂଗ୍ରହ କରିଛି। ଜୟଶ୍ୱାଲଙ୍କ ୮୫, ରାୱତଙ୍କ ୫୭, ଅଧିନାୟକ ପି. ସିମରନ ସିଂହଙ୍କ ୬୫ ଓ ବଦୋନୀଙ୍କ ୫୨ ରନ୍ ବଳରେ ଭାରତ ୩୦୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।
ତେବେ ସଂମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଫାଇନାଲରେ ବିଜୟୀ ହେବ ବୋଲି ଆଶା କରାଯାଉଛି।

Leave A Reply