ତୁଟିକୋରିନ୍‍ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ସୁପାରିସ

0

ଚେନ୍ନାଇ: ତାମିଲନାଡ଼ୁର ବହୁ ଚର୍ଚ୍ଚିତ ତୁଟିକୋରିନ ଗୁଳିକାଣ୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟ ସୁପାରିସ କରିଛନ୍ତି। ବେଦାନ୍ତର ତମ୍ବା କମ୍ପାନୀକୁ ବିରୋଧ କରି ଗତ ମେ’ ୨୨ ତାରିଖରେ ସଂଘଟିତ ଜନ ଆକ୍ରୋଶକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ଗୁଳିଚାଳନା କରିଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନେକ ଆନ୍ଦୋଳନକାରୀଙ୍କୁ ଏନଏସଏ ଆଇନରେ ଗିରଫ କରାଯାଇଥିଲା। ଦେଶବିଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଭିଯୋଗ ହୋଇଥିଲା। ମାମଲା ହାଇକୋର୍ଟରେ ପହଞ୍ଚିଥିଲା।
ବିଚାର ପତି ସି ଟି ସେଲ୍‍ଭାମ୍‍ ଓ ଏ ଏମ ବଶିର ଅହମ୍ମଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଘଟଣା ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ପୁଲିସର ପଦକ୍ଷେପ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‍ କୋର୍ଟରେ ଉପସ୍ଥାପନ କରିଥିôଲା।

Leave A Reply