ଜୁନ୍‌ ୧୨ରେ କିମ୍‌ଙ୍କୁ ଭେଟିବେ ଟ୍ରମ୍ପ

0

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜୁନ୍‌ ୧୨ରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜଙ୍ଗ ଉନ୍‌ଙ୍କୁ ଭେଟିବେ। ସିଙ୍ଗାପୁରରେ ଉଭୟଙ୍କର ଭେଟାଭେଟି ହେବ। ଏ ନେଇ ଟ୍ରମ୍ପ ଗୁରୁବାର ସକାଳେ ତାଙ୍କ ଟ୍ୱିଟରରେ ଘୋଷଣା କରିଛନ୍ତି। କୋରିଆରେ ବନ୍ଦୀଥିବା ୩ଜଣ ଆମେରିକୀୟଙ୍କ ସହ ଆମେରିକା ବିଦେଶମନ୍ତ୍ରୀ ମାଇକ ପୋମ୍ପିଓ ସ୍ୱଦେଶ ଫେରିବା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। କୋରିଆରୁ ମୁକ୍ତ ହୋଇଥିବା ତିନି ଆମେରିକୀୟଙ୍କୁ ସ୍ୱାଗତ କରିବା ଲାଗି ଟ୍ରମ୍ପ ଆଣ୍ଡ୍ରି୍ୟୁ ବାୟୁସେନା ଘାଟିକୁ ଯାଇଥିଲେ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା କିମ୍‌ ଓ ଟ୍ରମ୍ପଙ୍କ ସାକ୍ଷାତ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାଯାଇଛି। ଦୁଇ କୋରିଆକୁ ଏକତ୍ର କରିବା ଦିଗରେ ଟ୍ରମ୍ପଙ୍କର ବିଦେଶ ନୀତି ବେଶ ସଫଳ ହେବା ପରେ ଏବେ ବିଶ୍ୱ ଶାନ୍ତି ଦିଗରେ ଆଗକୁ ପାଦ ବଢାଇଛନ୍ତି।

Leave A Reply