ଶରଣାର୍ଥୀଙ୍କ ଉପରେ ଗୁଳି ଚଳାଇବ ନାହିଁ ସେନା: ଆମେରିକାର ରାଷ୍ଟ୍ରପତି  ଡୋନାଲ୍ଡ  ଟ୍ରମ୍ପ

0

ନ୍ୟୁୟର୍କ . –  ଆମେରିକାରେ  ଶରଣାର୍ଥୀଙ୍କ ପ୍ରବେଶ ରୋକିବା ପାଇଁ ସୀମାରେ  ଅଧିକ ସୈନ୍ୟ ମୁତୟନ କରାଯାଇଛି ।  ଏଥିରେ ସଶସ୍ତ୍ର ସୈନିକ ସାମିଲ ଅଛନ୍ତି ।  ଦେଶରେ ଅବୈଧ ଶରଣାର୍ଥୀଙ୍କ ପ୍ରବେଶକୁ ରୋକିବା ପାଇଁ ସେନା ମୁତୟନ କରାଯାଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।  ହେଲେ ଶରଣାର୍ଥୀମାନେ କୌଣସି ବେଆଇନ କାମ କଲେ କି ପଥର ମାଡ କଲେ ,ସେମାନଙ୍କୁ ଗିରଫ କରିବା ପାଇଁ ସେନା ପଛକୁ ହଟିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ହେଣ୍ଡୁରସ୍‌ ଓ ଗୁଏଟ୍‌ମାଳାରୁ ୫ରୁ୭ ହଜାର ଶରଣାର୍ଥୀ ଆମେରିକା ଅଭିମୁଖେ ଆସୁଛନ୍ତି । ଏମାନଙ୍କୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦେଶର ଦକ୍ଷିଣ ପଶ୍ଚିମ ସୀମାରେ ସେନାଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି ।

ଟ୍ରମ୍ପ ପ୍ରଶାସନ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ଏକ ରାଜନୈତିକ ଚାଲ୍‌ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମା କହିଛନ୍ତି ।

Leave A Reply