କଲ୍ୟାଣ ସଂଗଠନ ପକ୍ଷରୁ ଦୁରଦର୍ଶନ ସମ୍ବାଦିକ ଅଚ୍ୟୁତାନନ୍ଦଙ୍କ ବିୟୋଗରେ ଶୋକସଭା

0

ଘସିପୁରା : ମାଓବାଦୀଙ୍କ ଆକ୍ରମଣରେ ସଦିଦ୍‍ ହୋଇଥିବା ଦୁରଦର୍ଶନର ବଲାଙ୍ଗୀରର ଓଡ଼ିଆ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ବିୟୋଗରେ ଶନିବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଘସିପୁରା ଠାରେ କଲ୍ୟାଣ ସଂଗଠନର ସଂଯୋଜକ ଦେବରାଜ ସାହୁଙ୍କ ଦ୍ୱାରା ଆୟୋଜିତ ଏହି ଶୋକସଭାରେ ସାମ୍ବାଦିକ, ବୁଦ୍ଧିଜିବୀ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସ୍ୱର୍ଗତଃ ଅଚ୍ୟୁତଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ୧ ମିନିଟ ନିରବ ପ୍ରାର୍ଥନା କରିଥିଲେ। ବରିଷ୍ଠ ସାମ୍ବାଦିକ ସୁବାଷ ମାହାପାତ୍ର ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କର ସାମ୍ବାଦିକ ମାନଙ୍କ ପ୍ରତି ଦିଆଯାଇଥିବା ଗାର୍ଡଅଫ ଅନର ସହ ସାହାଯ୍ୟ ସହଯୋଗ ସାମ୍ବାଦିକ ମାନଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ବରିଷ୍ଠ ସାମ୍ବାଦିକ ଶତୃଘ୍ନ ସାହୁ, ମଦନ ପାଣି, ରତିକାନ୍ତ ସାହୁ, ଜିତେନ୍ଦ୍ର ସାହୁ, ସତ୍ୟଜିତ ସାହୁ, ଶିକ୍ଷକ ମଧୁସୁଦନ ସାହୁ, ସୁବାଶ ମହାନ୍ତି, ବାପୁନ ସାହୁ,ଆଦର୍ଶ ସେବା ସଂଘର ଉପସଭାପତି ଧବଳେଶ୍ୱର ସାହୁ, ମାନସ ସାହୁ, ମାମା ସାହୁ,ରାନି ସାହୁ, ବିପିନ ରାଉଳ, ମଦନ ମୋହନ ବାରିକ ପ୍ରମୁଖ ସଭାରେ ସାମିଲ ହୋଇଥିଲେ।

Leave A Reply