ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ପାଖକୁ; ପହଞ୍ଚିଗଲା ଅଭିନେତା ପାଖରେ

0

ନୂଆଦିଲ୍ଲୀ: ଗୋଟିଏ ନାମରେ ଦୁଇ ଜଣ ବ୍ୟକ୍ତି ରହିଲେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ଆଶଙ୍କା ରହିଛି ନିଶ୍ଚୟ। ପୁଣି ସମାନ ନାମରେ ଦୁଇ ଜଣ ବିଖ୍ୟାତ ବ୍ୟକ୍ତି ହେଲେ ଏହି ଦ୍ୱନ୍ଦ୍ୱ ହେବାର ସମ୍ଭାବନା ଆହୁରି ଅଧିକ। ଏଭଳି ଘଟଣା ନିକଟରେ ଘଟିଯାଇଛି। ପାକିସ୍ତାନର ଜଣେ ପ୍ରଶଂସକଙ୍କ “ପ୍ରିୟ ପ୍ରଧାନମନ୍ତ୍ରୀ’ ଶୀର୍ଷକ ଚିଠି ପାଇଁ ଭାରତୀୟ ଅଭିନେତା ଇମରାନ ଖାନ୍‍ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ବାସ୍ତବରେ ଏହି ଚିଠିର ଲେଖକ ସୋସିଆଲ ମିଡିଆରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲେଖିଥିଲେ। ତେବେ ଭୁଲବଶତଃ ଏହି ଚିଠି ଅଭିନେତା ଇମରାନ ଖାନଙ୍କ ଇଷ୍ଟେଗ୍ରାମ ଆକାଉଣ୍ଟରେ ପହଞ୍ଚି ଯାଇଥିଲା। ଫଳରେ ଏହାକୁ ନେଇ ସୋସିଆଲ ମିଡିଆରେ ଅଭିନେତା ଇମରାନ ଖାନଙ୍କୁ ବେଶ୍‍ କୌତୁକ କରିଛନ୍ତି ତାଙ୍କ ପ୍ରଶଂସକ।

Leave A Reply