ମହିଳାଙ୍କ ଅଧିକାର ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଯାଜପୁର: ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ମହିଳାଙ୍କ ଅଧିକାର ସମ୍ବନ୍ଧୀୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେମାବାର ଅନୁଷ୍ଠିତ ହୋଇଯାଇଛି । ଗଙ୍ଗୋତ୍ରୀ ସୋସିଆଲ ଅର୍ଗାନାଇଜେସନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିବା ବେଳେ ନୂଆଦିଲ୍ଲୀ ଜାତୀୟ ମାନବ ଅଧିକାର ଆୟୋଗ ଏହାକୁ ସହାୟକ କରିଥିଲେ । ପରାମର୍ଶଦାତା ତଥା ସମାଜ ସେବୀ ନର୍ମଦା ଚଢା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ରୂପେ ଯୋଗ ଦେଇ ମାନବ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଏହା ସହ ସମାଜରେ ଦିନକୁ ଦିନ ବଢି ଚାଲିଥିବା ନାରୀ ନିର୍ଯାତନାକୁ ନିନ୍ଦା କରିବା ସହ ମହିଳାଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ । ଏଥିରେ ଅଙ୍ଗନବାଡି ଓ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୩୦ହଜାର ମହିଳା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ମାନବ ଅଧିକାର ଆୟୋଗର ସଦସ୍ୟ ମନୋଜ ପଣ୍ଡା, ଅନୁଷ୍ଠାନର ପିଆରଓ ଶ୍ରୀ ସେଠୀ ଏବଂ ଡ.ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply