ରାବଣ ପୋଡି ବେଳେ ଦୁର୍ଘଟଣା ଘଟାଇବାର ୩୦ ସେକେଣ୍ଡ ପୂର୍ବରୁ ଧୀର ଗତିରେ ଯାଇଥିଲା ଆଉ ଏକ ଟ୍ରେନ

0

ଅମୃତସର . – ଅମୃତସରର ଜୋଡା ଫାଟକ ନିକଟରେ ରାବଣ ପୋଡି ଦେଖୁଥିବା ବେଳେ ଟ୍ରେନ ଚଢିଯାଇ ୬୦ ଜଣଙ୍କର ମୃତ୍ୟୁ ଘଟଣାରେ ଏହି ଟ୍ରେନ ଚଳାଉଥିବା ଡ୍ରାଇଭରକୁ ପୁଲିସ ଅଟକ ରଖି ପଚା ଉଚରା କରୁଛି । ଟ୍ରେନ ଲାଇନର ମାତ୍ର ୩୦୦ ମିଟର ଦୂରରେ ଏହି ରାବଣ ପୋଡି ଅନୁଷ୍ଠିତ ହେଉଥିଲା । ବହୁ ସଂଖ୍ୟାରେ ଲୋକ ରାବଣ ପୋଡି ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିଲେ ।  ଦୁର୍ଘଟଣା ଘଟାଇବା ଟ୍ରେନ ଯିବା ପୂର୍ବରୁ ଆଉ ଏକ ଟ୍ରେନ ସେହି ରାସ୍ତା ଦେଇ ଯାଇଥିଲା । ଏହି ଟ୍ରେନ ଟି ଅତି ଧୀର ଗତିରେ ଯାଇଥିଲା । କେବଳ ସେତିକି ନୁହେଁ ସେଠାରେ ଏକ ରେଳ ଫାଟକ ଥିବା ବେଳେ ବି ଏହାର ଜଗୁଆଳୀ  ଏ ସମ୍ପର୍କରେ କୌଣସି ସୂଚନା ଦେଇ ନଥିଲେ । ଦୂର୍ଘଟଣା ଘଟାଇଥିବା ଟ୍ରେନର ଡ୍ରାଇଭର ସେହି ପଥରେ ଯିବା ପାଇଁ ତାଙ୍କୁ ସବୁଜ ସଙ୍କେତ ମିଳିଥିବା କଥା କହିଛନ୍ତି । ଏହି ଦୁର୍ଘଟଣା ଘଟିବାର କିଛି ସମୟ ପରେ ସେ ଅମୃତସର ଷ୍ଟେସନ ମାଷ୍ଟରଙ୍କୁ କଲ କରିବା ସହ ଏକ ଦୁର୍ଘଟଣା ଘଟିଥିବା ସମ୍ପର୍କରେ ଜଣାଇଥିବା କଥା ପୁଲିସକୁ କହିଛନ୍ତି । ସେହିପରି ପଞ୍ଜାବ ପୁଲିସ ଓ ରାବଣ ପୋଡିର ଆୟୋଜକମାନେ ଲୋକଙ୍କର ସୁରକ୍ଷା ପାଇଁ ସେପରି କିଛି ପଦକ୍ଷେପ ଗ୍ରହଣ କରି ନଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରେନ୍ଦ୍ର ସିଂ ଡାକ୍ତରଖାନାରେ ଭେଟିଛନ୍ତି । ଆହତମାନଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ପଞ୍ଜାବ ସରକାର ଘୋଷଣା କରିଛନ୍ତି । ମୃତକମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

ରେଳ ରାଜ୍ୟମନ୍ତ୍ରୀ ମନୋଜ ସିହ୍ନା ବି ଏହାର ତଦନ୍ତର ଆବଶ୍ୟକତା କଅଣ ପାଇଁ ଦରକାର ବୋଲି କହିଛନ୍ତି । ରେଳ ଗାଡି ଜୋରରେ ଚାଲେ , ଏକ ବାଙ୍କ ଥିବା ଯୋଗୁଁ ଟ୍ରେନ ଡ୍ରାଇଭର ଲୋକମାନେ ଟ୍ରାକ ଉପରେ ଥିବା କଥା ଜାଣି ପାରି ନଥିବା କହିଛନ୍ତି । ଲୋକମାନେ ରେଳ ଟ୍ରାକ ଉପରେ ଛିଡା ହେବା କଥା ନୁହଁ ବୋଲି କହିଛନ୍ତି । ସେହି ପରି ରେଳ ବିଭାଗର ଡିଆରଏମ୍‌ ଏହି ଦୂର୍ଘଟଣାରେ ରେଳ ବିଭାଗ ଭୁଲ  ନଥିବା କଥା କହିଛନ୍ତି । ତେବେ ଜୋରା ଫାଟକ ନିକଟରେ ନିୟୋଜିତ ଥିବା ଲାଇନମ୍ୟାନ ଲୋକମାନେ ଟ୍ରାକ ଉପରେ ଛିଡା ହୋଇଥିବା କଥା ଟ୍ରେନ ଡ୍ରାଇଭରଙ୍କୁ ଜଣାଇ ନଥିବା ସୂଚନା ମିଳିଛି । ଏହି ରାବଣ ପୋଡି ଆୟୋଜନ କରିଥିବା ଆୟୋଜକମାନେ ଫେରାର ହୋଇଯାଇଛନ୍ତି ।

ପୁଲିସ ବି ଏଠାରେ ରାବଣ ପୋଡି ଆୟୋଜନ କରାଯାଉଥିବା ବିଷୟରେ ସେମାନଙ୍କୁ କିଛି ସୂଚନା ଦିଆଯାଇ ନଥିବା କଥା କହିଛି ।

Leave A Reply