ଚେନ୍ନାଇ, ମୂଷା କାମୁଡିବାରୁ ରେଳଯାତ୍ରୀଙ୍କୁ ୨୫ ହଜାର ଟଙ୍କା କ୍ଷତି ପୂରଣ ଦେବ ରେଳ ବିଭାଗ

0

ଚେନ୍ନାଇ.- ରେଳ ଗାଡିରେ ଜଣେ ଯାତ୍ରୀଙ୍କୁ ମୂଷା କାମୁଡିବାରୁ ସେହି ଯାତ୍ରୀଙ୍କୁ  ରେଳ ବିଭାଗ ୨୫ ହଜାର ଟଙ୍କା କ୍ଷତି ପୂରଣ ଦେବ । ରେଳ ବିଭାଗକୁ ଏହି କ୍ଷତି ପୂରଣ ରାଶି ଦେବା ପାଇଁ  ତାମିଲ ନାଡୁ ଉପଭୋକ୍ତା ଫୋରମ୍‌ ନିର୍ଦେଶ ଦେଇଛନ୍ତି । ଏହା ସହ ଯାତ୍ରୀଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ୨ ହଜାର ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ୫ ହଜାରଟଙ୍କା ବି ଦେବା ପାଇଁ କହିଛନ୍ତି । ତିନମାସ ମଧ୍ୟରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ।

ଭେଙ୍କଟା ଚଳମ୍‌ ନାମକ ବ୍ୟକ୍ତି ରେଳଗାଡିରେ ଚେନ୍ନାଇକୁ ଯାତ୍ରା କରୁଥିଲେ । ୨୦୧୪ ମସିହା ଅଗଷ୍ଟ ୪ ତାରିଖରେ ସେ ରେଳରେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଏଥିଯୋଗୁଁ ସେ ମାନସିକ ଚାପରେ ରହିଥିଲେ ବୋଲି କହିଥିଲେ ।  ମୂଷା କାମୁଡିବା ଭେଙ୍କେଟେଶ୍ୱରଙ୍କ ରକ୍ତ ବାହାରିଥିଲା । ସେ ଟିଟିଇଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କହିଥିଲେ । ମାତ୍ର ଟିଟିଇ ରେଳରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନ ଥିବା କଥା ସୂଚନା ଦେଇଥିଲେ । ରେଳ ଗାଡି ରହିଲେ ଚିକିତ୍ସା କରାଯିବ ବୋଲି କହିଥିଲେ । ପରେ ଭେଙ୍କେଟଶ୍ୱର ଏକ ଷ୍ଟେସନରେ  ଓହ୍ଲାଇ ଅଭିଯୋଗ କରିଥିଲେ । ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏହାପରେ ସେ କ୍ଷତି ପୂରଣ ପାଇଁ ଉପଭୋକ୍ତା ଫୋରମ୍‌ରେ ଅଭିଯୋଗ କରିଥିଲେ । ତାଙ୍କୁ ତିନି ମାସ ମଧ୍ୟରେ କ୍ଷତି ପୂରଣ ଦେବାପାଇଁ ରେଳ ବିଭାଗକୁ ନିର୍ଦେଶ ଦିଆଯାଇଛି ।

Leave A Reply