ଟ୍ରାଫିକ୍‍ ନିୟମ ଭାଙ୍ଗିଲେ, ନିଜ ପାଇଁ ଜୋରିମାନା ଧାର୍ଯ୍ୟ କଲେ

0

ହାଇଦ୍ରାବାଦ: ହାଇଦ୍ରାବାଦ୍‍ର ଜଣେ ଟ୍ରାଫିକ୍‍ ଅଧିକାରୀ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରିବା ପରେ ନିଜ ପାଇଁ ଜୋରିମାନା ଧାର୍ଯ୍ୟ କରିଛନ୍ତି ଓ ଦେଇଛନ୍ତି। ଏହି ଅଧିକାରୀ ଜଣକ ହେଉଛନ୍ତି ହାଇଦ୍ରାବାଦ୍‍ର ଟ୍ରାଫିକ କଣ୍ଟ୍ରୋଲ୍‍ ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୀଲ କୁମାର। ଗତ ୧୫ ତାରିଖରେ ମାକାନକାଲି ସିଟି ଥାନା ପାଖରେ ଥିବା ନୋ ପାର୍କିଂ ଜୋନରେ ତାଙ୍କ ଡ୍ରାଇଭର କାର ପାର୍କିଂ କରିଥିଲେ। ସୋସିଆଲ୍‍ ମିଡିଆରେ ଏହି ଫଟୋ ଭାଇରାଲ୍‍ ହେବା ପରେ ସେ ନିଜ ପାଇଁ ୨୩୫ ଟଙ୍କା ଜୋରିମାନା ଧାର୍ଯ୍ୟ କରିବା ସହିତ ଜୋରିମାନ ଜମା କରିଛନ୍ତି।

Comments
Loading...