କାଳୀ ଭସାଣ ପାଇଁ ସକାଳ ୮ଟାରୁ ଟ୍ରାଫିକ୍‍ କଟକଣା

0

କଟକ : କାଳୀ ଭସାଣ ଊପଲକ୍ଷେ କଟକ କମିଶନରେଟ୍‍ ଟ୍ରାଫିକ୍‍ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ସକାଳ ୮ଟାରୁ ୧୧ତାରିଖ ପ୍ରତିମା ବିସର୍ଜନ ଶେଷ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଲେଜଛକ ସି.ଡି.ଏ. ମାର୍କେଟ କମ୍ପେ୍ଲକ୍ସ ଛକଠାରୁ କୌଣସି ଯାନବାହନ ରାଣୀହାଟ ହିନ୍ଦୀ ସିନେମା ଆଡକୁ ଯାଇପାରିବେ ନାହିଁ । ବମ୍ବେ ହୋଟେଲ ଛକଠାରୁ କୌଣସି ଯାନବାହନ ସିଧା କଲେଜ ଛକ ଆଡକୁ ଯାଇପାରିବେ ନାହିଁ। ମାଲଗୋଦାମ ଷ୍ଟେଟ ବ୍ୟାଙ୍କ ପଟୁ କୌଣସି ଯାନବାହନ ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଆଡକୁ ଆସିପାରିବ ନାହିଁ। ମୋଚିସାହି ଛକରୁ କୌଣସି ଯାନବାହାନ ରାଣୀହାଟ ହାଇସ୍କୁଲ ଦେଇ ହିନ୍ଦ ସିନେମା ଆଡ଼କୁ ଯାଇପାରିବେ ନାହିଁ। ମେଡିକାଲ୍‍ ପଛପଟ ଗେଟ୍‍ ଆଡୁ ଆସୁଥିବା ଯାନବାହାନଗୁଡ଼ିକ ଡା. ତେଜେଶ୍ୱର ରାଓ ଛକରୁ ସୁରକ୍ଷା ନର୍ସିଂହୋମ ପାଖରୁ ଭାଙ୍ଗି ହିନ୍ଦ୍‍ ସିନେମା ପଛପଟ ରାସ୍ତାରେ ଆସି ରାଣୀହାଟ ପୋଲ ପାଖରେ ବାହାରିବେ।
ମେଢ଼ଗୁଡ଼ିକ ରାଣୀହାଟ ଛକ ଅତିକ୍ରମ କରୁଥିବା ସମୟରେ ବଜ୍ରକବାଟୀ ଛକଠାରୁ କୌଣସି ଯାନବାହନ ରାଣୀହାଟ ଆଡକୁ ଯାଇପାରିବେ ନାହିଁ, ସେମାନେ କେଶରପୁର ବ୍ରିଜ ଦେଇ ବକ୍ସି ବଜାର ଓ ମଙ୍ଗଳାବାଗ ଆଡ଼କୁ ଯାଇପାରିବେ। ମେଢ଼ଗୁଡ଼ିକ ମଙ୍ଗଳାବାଗ ଛକ ଅତିକ୍ରମ କରୁଥିବା ସମୟରେ କାଠଗୋଲା ଛକଠାରୁ କୌଣସି ଯାନବାହନ ସିଧା ମଙ୍ଗଳାବାଗ ଆଡ଼କୁ ଆସିପାରିବେ ନାହିଁ। ସେମାନେ ଇଞ୍ଜିନିୟରିଂ ଗଡ଼ା ଦେଇ ଯାବ୍ରା ଆନିକଟ ପଟେ ଯାଇପାରିବେ। ଭିଜିଲାନ୍ସ ଗଡା କିମ୍ବା ମାତାମଠ ପଟରୁ କୌଣସି ଯାନବାହନ ସିଧା ହାୱଡା ମୋଟର ଛକ ଆଡକୁ ଆସିପାରିବେ ନାହିଁ। ହୋଟେଲ ଗିରନର ଛକଠାରୁ କୌଣସି ଯାନବାହନ ସିଧା ମଣିସାହୁଛକ କିମ୍ବା ମସ୍ତାନ ଦରଘା ଛକ ଆଡକୁ ଯାଇପାରିବେ ନାହିଁ। ବେପାରୀ ସାହି ଦୁର୍ଗାଘର ଛକଠାରୁ ଓ ସମାଜ ଅଫିସ ଛକଠାରୁ କୌଣସି ଯାନବାହନ ସିଧା ବକ୍ସିବଜାର ଆଡକୁ ଆସିପାରିବ ନାହିଁ। ମେରିଆ ବଜାର ବ୍ରିଜପଟୁ କୌଣସି ଯାନବାହନ ସିଧା ପ୍ରଭାତ ସିନେମା ଆଡକୁ ଆସିପାରିବେ ନାହିଁ। ହାତୀପୋଖରୀ ଛକ ପଟୁ କୌଣସି ଯାନବାହନଗୁଡ଼ିକ ସିଧା ଜେଲରୋଡ ଆଡକୁ ଯାଇପାରିବେ ନାହିଁ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାଖରୁ କୌଣସି ଯାନବାହନ ପଢ଼ିଆରୀ ପାଠାଗାର ଓ ଗୌରୀଶଙ୍କର ପାର୍କ ଆଡକୁ ଆସିପାରିବେ ନାହିଁ। ସେହିପରି ଧର୍ମଶାଳା ଛକ ପାଖରୁ କୌଣସି ଯାନବାହନ ସିଧା ଗୌରୀଶଙ୍କର ପାର୍କ ଓ ଉତ୍କଳିକା ଛକ ଆଡକୁ ଆସିପାରିବେ ନାହିଁ। ହାଇକୋର୍ଟ ଛକ ପଟୁ କୌଣସି ଯାନବାହନ ସିଧା ବାଲୁବଜାର ଆଡକୁ ଯାଇପାରିବେ ନାହିଁ କିମ୍ବା ବାଲୁବଜାର ପଟୁ ସିଧା ଚୌଧୁରୀ ବଜାର ଆଡକୁ ଆସିପାରିବେ ନାହିଁ। ମ୍ୟୁନିସିପାଲିଟି ଅଫିସ ପୁରୁଣା ଗେଟ ପଟୁ କୌଣସି ଯାନବାହନ ସିଧା ପୂର୍ଣ୍ଣସାହୁ ଛକ ଆଡକୁ ଆସିପାରିବେ ନାହିଁ। ନନ୍ଦୀସାହି ଛକ ପଟୁ କୌଣସି ଯାନବାହନ ଆପଣଙ୍କ ହୋଟେଲ ଛକ ଦେଇ ପୂର୍ଣ୍ଣସାହୁ ଛକକୁ ଆସିପାରିବେ ନାହିଁ। ତଳ ତେଲେଙ୍ଗା ବଜାର ପଞ୍ଚମୁଖୀ ଚଉରା ଛକରୁ କୌଣସି ଯାନବାହନ ନୃସିଂହନାଥ ମଠ ରାସ୍ତାରେ କାଠଯୋଡି ବନ୍ଧ ରାସ୍ତାକୁ ଯାଇପାରିବେ ନାହିଁ। ଖାନନଗର ଛକରୁ ଓ ବ୍ଲୁ ଲେଗୁନ ହୋଟେଲ ଛକ ପଟୁ କୌଣସି ଯାନବାହନ କାଠଯୋଡି ରିଙ୍ଗରୋଡରେ ପୁରୀଘାଟ ଗଡା ଆଡକୁ ଯାଇପାରିବେ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply