ଆଜିଠାରୁ ୧୯ପର୍ଯ୍ୟନ୍ତ ଟ୍ରାଫିକ କଟକଣା

0

କଟକ : ଦଶହରାରେ ଜନଗହଳିକୁ ଦୃଷ୍ଟିରେ ରଖି କଟକ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛିି। ଆସନ୍ତା ୧୫ରୁ ୧୯ ପର୍ଯ୍ୟନ୍ତ ଅପରାହ୍ଣ ୪ଟାରୁ ରାତି୧୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ହାଓଡାମୋଟରଛକଠାରୁ କୌଣସି ଯାନବହାନ ସିଧା ମଙ୍ଗଳାବାଗଛକ ଆଡକୁ ଯାଇପାରିବେ ନାହିଁ। ମଙ୍ଗଳାବାଗ୍‍ ପୁରୁଣା ଦେବୀ ଘର ଛକ ଠାରୁକୌଣସି ଯାନବାହାନ ବଣିଆସାହି ଓ ଥୋରିଆସାହି ଆଡକୁ ଯାଇପାରିବେ ନାହିଁ। ଦୋଳମୁଣ୍ଡାଇ ଛକ ଆଡୁ ଆସୁଥିବା ସମସ୍ତ ଯାନବାହନଗୁଡିକ ବଜ୍ରକବାଟି ପୋଲଛକରୁ ରାଣୀହାଟ ଆଡକୁ ଯାଇପାରିବେ ନାହିଁ। କେଶରପୁରପୋଲ, ଗହ୍ମାଡିଆ ଛକ, ଥୋରିଆସାହିମହିଳାସ୍କୁଲ୍‍ ଛକ ଓ ଫ୍ରେଣ୍ଡ୍‍ସକଲୋନୀରୁ କୌଣସି ଯାନବାହନ ବଜ୍ରକବାଟିପୋଲ ଆଡକୁ ଯାଇପାରିବେ ନାହିିଁଁ। ଥୋରିଆସାହି ଓ ବଣିଆସାହିଛକରୁ କୌଣସି ଯାନବାହନ ବଢେଇସାହି ଆଡକୁ ଯାଇପାରିବେ ନାହିଁ। ମେଡିକାଲ ପଛପଟ ଗେଟ୍‍ରୁ କୌଣସି ଯାନବାହନ ରାଣୀହାଟ ହାଇସ୍କୁୁଲ୍‍ ଦେଇ ହିନ୍ଦ୍‍ସିନେମା ଆଡକୁ ଯାଇପାରିବେ ନାହିଁ। ଦୋଳମୁଣ୍ଡାଇଛକ ଆଡୁ ଆସୁଥିବା ଯାନବାହନ ମହାତାବରୋଡ୍‍ ଦେଇ ମାଲଗୋଦାମ ଆଡକୁ ଯାଇପାରିବେ। ଛତ୍ରବଜାରପୋଲ ପାଖରୁ ଛତ୍ରବଜାର ଦେଇ ମହାତାବରୋଡ୍‍ ଆଡକୁ କିମ୍ବା ପିଲିଗ୍ରିମ୍‍ରୋଡରେ କଲେଜଛକ ଆଡକୁ କିମ୍ବା କେନାଲକୂଳ ରାସ୍ତାରେ ହିନ୍ଦ୍‍ସିନେମା ଆଡକୁ ଯାଇପାରିବେ ନାହିଁ। ହିନ୍ଦ୍‍ସିନେମା ଆଡୁ କେନାଲକୂଳ ରାସ୍ତାରେ ଆସୁଥିବା ଯାନବାହାନ ଗୁଡିକ ଛତ୍ରବଜାରପୋଲ ପାଖରୁ ବାମପଟ ଦେଇ ମାଲଗୋଦାମ ଆଡକୁ ଯାଇପାରିବେ;କିନ୍ତୁ ଛତ୍ରବଜାରର ଓ ମହତାବରୋଡ୍‍ ଆଡକୁ ଯାଇପାରିବେ ନାହିଁ।
ଲିଙ୍କରୋଡରୁ ଯାନବାହାନ ଗୁଡିକ ପାଲାମଣ୍ଡପ, ପରିଡାସାହି, ଜ୍ୟୋତି ପ୍ରିଣ୍ଟର୍ସ, ଶଙ୍କରପୁର ପରିଡା ସାହି ବା ଶଙ୍କରପୁର୍‍ ବିଶିନଗର ରାସ୍ତାଦେଇ ଯାଇପାରିବେ। ସମ୍ରାଟ ସିନେମା ଆଡୁ ଆସୁଥିବା ଯାନବାହନଗୁଡିକ ତାଲଦଣ୍ଡା କେନାଲ ରାସ୍ତାଦେଇ ଛତ୍ରବଜାର ପୋଲ ପାଖରୁ ମାଲଗୋଦାମ ରାସ୍ତା ଦେଇ ଯାଇପାରିବେ। ମାଲଗୋଦାମରୁ କୌଣସିଯାନବାହାନ ଛତ୍ରବଜାର ଦେଇ କଲେଜ୍‍ ଛକ ଯାଇପାରିବେନାହିଁ। ମାଲଗୋଦାମ ମେଢ ପଟୁ କୌଣସି ଯାନବାହାନ ମାଲଗୋଦାମ ଟ୍ରାଫିକଷ୍ଟାଣ୍ଡ୍‍ ଆଡକୁ ଅସିପାରିବେ ନାହିଁ। ପିଠାପୁର ଓ ଝୋଲାସାହିଆଡୁ ଆସୁଥିବା ଯାନବାହନଗୁଡିକ ଝୋଲାସାହିଛକର ୁବାମପଟେ ଗୋପଳଜୀଉଲେନ୍‍, ବଙ୍ଗାଳିସାହି କାଠଗଡାସାହି ଦେଇ ଧର୍ମଶାଳାଛକରୁ ଫୁଲଦୋକାନ ସାମ୍ନାରାସ୍ତାରେ ଉତ୍କଳିକା ଦେଇ ଜେଲ୍‍ରୋଡ୍‍ କିମ୍ବାଗୌରୀଶଙ୍କର ପାର୍କ ଆଡକୁ ଯାଇପାରିବେ। ଗୌରୀଶଙ୍କର ପାର୍କ ପାଖ କାଠଗଡାସାହି ଧର୍ମଶାଳାଛକ ଯାନବାହାନ ଗୌରୀଶଙ୍କର ପାର୍କ ଆଡକୁ ଯାଇପାରିବେ ନାହିଁ। ତେଲେଙ୍ଗାବଜାର ଓ ବଙ୍ଗାଳୀସାହି ଆଡୁ ଆସୁଥିବା ଯାନବାହନଗୁଡିକ ରାମକୃଷ୍ଣ କଟେଜଛକ ଦେଇ ଭଗତପୁର ଆଡକୁ ଯିବେ।
ପୂର୍ଣ୍ଣସାହୁଛକରୁ କୌଣସି ଯାନବାହନ ଜାଉଁଳିଆପଟ୍ଟି, କେଉଟସାହି କିମ୍ବା ନନ୍ଦୀସାହି ଆଡେ ଯାଇପାରିବେ ନାହିଁ। ଚୌଧୁରୀବଜାର ଛକରୁ କୌଣସି ଯାନବାହାନ ଗୌରୀଶଙ୍କର ପାର୍କ ଆଡକୁ ଯାଇପାରିବେ ନାହିଁ।ବାଲୁବଜାରଛକରୁ ନିମ୍‍ଚୌଡୀ ଛକ, ଇପାରୀଗୋବିନ୍ଦ ଗହଣା ଦୋକାନ ଛକ ଏବଂ ହାଇକୋର୍ଟ ଛକ ଦେଇ ଚାନ୍ଦିନୀଚୌକ୍‍ ଯାଇପାରିବେ ନାହିଁ। ଜିଲାପାଳଙ୍କ ଅଫିସ୍‍ ଆଡୁ ଆସୁଥିବା ଗାଡିଗୁଡିକ ହାଇକୋର୍ଟ ଛକରୁ ଚାନ୍ଦିନୀଚୌକ୍‍ ଆଡକୁ ଯାଇପାରିବେ ନାହିଁ। ସେଗୁଡିକ ହାଇକୋର୍ଟଛକରୁ ନିମ୍‍ଚୌଡି ଆଡକୁ ଯାଇପାରିବେ। ଗଙ୍ଗାମନ୍ଦିରଛକରୁ କିମ୍ବା ଆଲାମଚାନ୍ଦ୍‍ ବଜାରଛକରୁ କୌଣସି ଯାନବାହାନ ନିମ୍‍ଚୌଡି ଛକଦେଇ ଚାନ୍ଦିନୀଚୌକ ଛକ ଆଡକୁ ଯାଇପାରିବେ ନାହିଁ। କାଜିବଜାର ଛକ ମେହେନ୍ଦୀପୁର ଦେଇ ଚାନ୍ଦିନୀଚୌକ୍‍ ଯାଇପାରିବେ। କାଜିବଜାର ପୁରୁଣା ଦେବୀ ଘର ଛକରୁକୌଣସି ଯାନବାହାନ ଗଙ୍ଗାମନ୍ଦିର ଆଡକୁ ଯାଇପାରିବେ ନାହିଁ। ଚାନ୍ଦିନୀଚୌକ୍‍ଛକଠାରୁ କୌଣସି ଯାନବାହନ ଶେଖ୍‍ବଜାର ଦେଇ ଚଣ୍ଡୀମନ୍ଦିରଛକରୁ ଆସିବେ ନାହିଁ। ମହମ୍ମଦିଆବଜାର ରାସ୍ତା ବ୍ୟତୀତ ଚାନ୍ଦିନୀଚୌକରୁ ଚଣ୍ଡୀମନ୍ଦିର ଛକ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ଗଳିରାସ୍ତାରୁ କୌଣସି ଯାନବାହାନ ମୁଖ୍ୟରାସ୍ତାକୁ ଆସିବେ ନାହିଁ। ମହମ୍ମଦିଆବଜାର ରାସ୍ତା ବ୍ୟତୀତ ଉକ୍ତ ମୁଖ୍ୟରାସ୍ତାରୁ ଗଳିରାସ୍ତାଇ ଯାଇପାରିବେ ନାହିଁ ବୋଲି ଟ୍ରାଫିକ ଏସିପି ପି.କେ. ଦଳେଇ କହିଛନ୍ତି।

Leave A Reply