ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ବେଳେ ଖସିପଡ଼ିଲା ଟିଣ ଛାତ, ୧୭ ଆହତ

0

ଶ୍ରୀଗଙ୍ଗାନଗର : ରାଜସ୍ଥାନ ଶ୍ରୀଗଙ୍ଗାନଗର ଧାନମଣ୍ଡିଠାରେ ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ଚାଲୁଥିବାବବେଳେ ଏକ ଟିଣ ଛାତ ଗଳିପଡ଼ି ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଟିଣ ଛାତ ଉପରେ ବସି ସହସ୍ରାଧିକ ଲୋକ ଟାକ୍ଟର ପ୍ରତିଯୋଗିତ ଦେଖୁଥିଲେ। ହଠାତ୍‍ ଟିଣ ଛାତଟି ଗଳିପଡ଼ିଥିଲା। ଏଥିରେ ବସିଥିବା ଲୋକେ ତଳେ କଚାଡ଼ି ହୋଇପଡ଼ିଥିଲେ। ପ୍ରତ୍ୟେକ୍ଷଦର୍ଶୀ କିଛି ଲୋକଙ୍କ ମୃତ୍ୟୁ ଘଟିଥିବା କହୁଛନ୍ତି। ପ୍ରଶାସନ ପକ୍ଷରୁ କିଛି ପ୍ରକାଶ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ଦେଖିବାକୁ ୧୦ ଜହାରରୁ ଊର୍ଦ୍ଧ୍ବ ଲୋକ ଏକାଠି ହୋଇଥିଲେ। ଟିଣ ଛାତ ତଳେ ବହୁ କମ୍‍ ଲୋକ ଥିଲେ। ଛାତ ଉପରେ ବହୁ ଲୋକ ବସିଥିଲେ। ଆହତଙ୍କୁ ପଦମପୁର ଏବଂ ଶ୍ରୀଗଙ୍ଗାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଲ୍ଲେଖ ଯେ ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ପ୍ରଥମେ ପଞ୍ଜାବରେ ହେଉଥିଲା। ହେଲେ ସେଠାକାର ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇ ଦେଇଥିଲେ। ଏହାପରେ ଆୟୋଜକ ଶ୍ରୀଗଙ୍ଗାନଗରରେ ଟ୍ରାକ୍ଟର ପ୍ରତିଯୋଗିତା ଆରମ୍ଭ କରିଥିଲେ। ତେବେ ଟ୍ରାକ୍ଟର ରେସିଂ ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇ ନ ଥିଲା ବୋଲି ଏସ୍‍ପି ୟୋଗେଶ ଯାଦବ ପ୍ରକାଶ କରିଛନ୍ତି।

Leave A Reply