ବିଲୁପ୍ତ ପ୍ରଜାତିର ୧୧୨୫ କଇଁଛ ଜବତ

0

ବିଶାଖାପାଟଣା : ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟର ଅଧିକାରୀମାନେ ରବିବାର ଭାଇଜାକ ରେଳ ଷ୍ଟେସନରୁ ୧୧୨୫ ବିରଳ ପ୍ରଜାତିର କଇଁଛ ଜବତ କରିଛନ୍ତି। ଏହି କଇଁଛଗୁଡିକ ଇଣ୍ଡିଆ ଷ୍ଟାର ପ୍ରଜାତିର। କଇଁଛଗୁଡିକୁ ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଚାଲାଣ ହେବାକୁ ଥିଲା। ଏହି ଘଟଣାରେ ଗୁଇନ୍ଦା ବିଭାଗ ୩ଜଣଙ୍କୁ ଗିରଫ କରିଛି। ଜବତ କଇଁଛଗୁଡିକୁ ଭାଇଜାକ ଜଙ୍ଗଲ ରେଞ୍ଜ ଅଫିସରଙ୍କୁ ହସ୍ତାନ୍ତର କରାଯାଇଛି। ଗୁଇନ୍ଦା ନିର୍ଦେଶାଳୟ ଏହା ଉପରେ ଅଧିକ ତଦନ୍ତ ଚଳାଇଛି।

Leave A Reply