ତିତଲି କ୍ଷୟକ୍ଷତି : ୧୦୦୦ କୋଟି ଟଙ୍କାର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

0

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ତିତଲି କ୍ଷୟକ୍ଷତି ପାଇଁ ତୁରନ୍ତ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ରିଲିଫ୍‌ ଓ ପୁନଃଥଇଥାନ ପାଇଁ ଜାତୀୟ ଦୁର୍ବିପାକ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ରାଜ୍ୟରେ ସାମୁଦ୍ରିକ ବାତ୍ୟା ତିତଲି, ଏହାର ପ୍ରଭାବ ହୋଇଥିବା ବର୍ଷା ଓ ପରେ ବନ୍ୟାରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ଆକଳନ ହୋଇଛି । ଏଥିରେ ମୋଟ ୫୭ ଜଣ ପ୍ରାଣ ହରାଇଛନ୍ତି । ୧୦ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ବାତ୍ୟାରେ ଭାଙ୍ଗି ଯାଇଥିବା ୫୭ ହଜାର ୧୩୧ ଘର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ଦାବି କରିଛନ୍ତି । ଏହି କ୍ଷତିଗ୍ରସ୍ତ ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Leave A Reply