ଜିଲା ମାନ୍ୟତା ଦାବିରେ ଟିଟିଲାଗଡରେ ବନ୍ଦ ଡାକରା

0

ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଏହି ଦାବିକୁ ନେଇ ସିନ୍ଧେକେଲାରେ ମଧ୍ୟ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେହିପରି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ବଲାଙ୍ଗୀର ଜିଲ୍ଲା ସଇଁତାଲ ବ୍ଳକ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ତାଲା ପକାଇ ଧାରଣରେ ବସିଛନ୍ତି ।

Comments
Loading...