ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦ୍ଦେଶ

0

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ତୀବ୍ରଅବପାତ ରୂପ ନେଇ ବାତ୍ୟା ‘ତିତଲି’ ରେ ପରିଣତ ହୋଇଛି । ଏହାର ପ୍ରଭାବରେ ମଙ୍ଗଳବାର ସଂଧ୍ୟାରୁ ରାଜ୍ୟର ସମଗ୍ର ଜିଲାରେ ବର୍ଷା ହେବା ସହ ମଧ୍ୟ ରାତ୍ରିରୁ ଗଭୀର ଅବପାତ ବାତ୍ୟାର ରୂପ ନେବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଏହି ୫ଟି ଜିଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟରେ ରଖି ମଙ୍ଗଳବାର ରାଜ୍ୟ ସରକାର ସବୁ ଜିଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଉଦ୍ଧାର କାର୍ୟ୍ୟ ପାଇଁ ୩୦୦ ବୋଟ୍, ୨୦ଟି ଓଡ୍ରାଫ୍ ଟିମ୍ ଓ ୧୧ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି କହିଛନ୍ତି ।

Leave A Reply