କଲରାପତରିଆ ବାଘ ଛୁଆ ଉଦ୍ଧାର

0

କେନ୍ଦୁଝର : ଶୁକ୍ରବାର ସକାଳେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବୁଢିପଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆ ୪ମାସର ହେବ ବୋଲି ଅନୁମାନ କରାଯାଉଛି। ଗ୍ରାମବାସୀମାନେ ବାଘ ଛୁଆଟିକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ଶୁକ୍ରବାର ସକାଳେ ବୁଢିପଦା ଗ୍ରାମ ଜଙ୍ଗଲରୁ ବାଘ ଛୁଆଟି ବାହାରି ଗ୍ରାମ ଭିତରକୁ ଚାଲି ଆସିଥିଲା। ବାଘ ଛୁଆଟିକୁ ଦେଖି ଗାଁର କୁକୁରମାନେ ଗୋଡାଇଥିଲେ। ଏହା ଦେଖି ଗ୍ରାମବାସୀମା​‌ନେ ବାଘ ଛୁଆଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ବାଘ ଛୁଆଟିକୁ ହରିଚନ୍ଦନପୁର ନେଇ ଯାଇଥିବା ଜଣାପଡିଛି। ସେଠାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply