ବାଘ ଆତଙ୍କରେ ଲୋକେ ଆତଙ୍କିତ

0

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଗୁଣ୍ଡୁରୀ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଥିବା ଜଣାପଡ଼ିଛି। ଗୋଟିଏ ବାଘ ଗୁହାଳରେ ପଶି ଗାଈକୁ ମାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ରବିବାର ସକାଳ ସମୟରେ ନିଜ ଗୁହାଳରେ ଏକ ଗାଈ ମରିପଡ଼ିଥିବା ଦେଖିଥିଲେ। ଘଟଣା ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ କଲରାପତରିଆ ବାଘ ଗାଈକୁ ମାରି ପକାଇଥିବା ଅଭିଯୋଗ କରିଛନ୍ତି। ବନବିଭାଗ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି।

Leave A Reply