ଅଭିନବ ଢଙ୍ଗରେ ଚୋରି; ଓକିଲ ବେଶରେ ଚୋର ଗିରଫ

0

ଭୁବନେଶ୍ବର: ଓକିଲ ବେଶ ସାଜି ବାଇକ୍ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୁଲିସ ଧରିଛି। ​‌। ଏକ ବାଇକ ଚୋରି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କଲା ପରେ ପ୍ରକୃତ ଘଟଣା ସ୍ମନାକୁ ଆସିଛି । ଏମାନେ ଯେଉଁ ସ୍ଥାନରୁ ଗାଡି ଚୋରି କରୁଥିଲେ ସେହିଠାର ପରିବେଶକୁ ସୁହାଇଲା ଭଳି ବେଶ ସାଜୁଥିଲେ । କୋର୍ଟ ସମ୍ମୁଖରୁ ଓକିଲ ବେଶରେ, ମେଡିକାଲ ସମ୍ମୁଖରୁ ରୋଗୀ ବେଶରେ ଏଭଳି ବେଶ ବଦଳାଇ ଅନେକ ସ୍ଥାନରୁ ଗାଡି ଚୋରି କରି ସମସ୍ତଙ୍କ ନଜରରୁ ଅତି ସହଜରେ ଖସି ପଳାଉଥିଲେ । ପରେ ଗାଡିର ରଙ୍ଗ ଓ ନମ୍ବର ବଦଳାଇ ଜିଲା ବାହାରେ ବିକ୍ରୀ କରୁଥିଲେ । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

Leave A Reply