ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ

0

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ଭାରତୀୟ ନୌସେନାର ଯୁଦ୍ଧ ଜାହାଜକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ସମୁଦ୍ର ଗର୍ଭରେ ସ୍ୱତନ୍ତ୍ର ଗୋତାଖୋର (ସି-ଡାଇଭର୍ସ)ଙ୍କ ଦ୍ୱାରା ଭାରତୀୟ ନୌସେନାର ଯୁଦ୍ଧ ଜାହାଜକୁ ଆକ୍ରମଣ କରିବାକୁ ଜୈସ ଇ ମହମ୍ମଦ ସଂଗଠନର ଏକ ଦଳ ପାକିସ୍ତାନର ବାହାୱାଲପୁରରେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ଭାରତର କେତେକ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛନ୍ତି। ମଝି ସମୁଦ୍ରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜକୁ କିପରି ଆକ୍ରମଣ କରି ଖସିବାରେ ସଫଳ ହେବେ ସେ ନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଗୁଇନ୍ଦା ସୂଚନା ମିଳିବା ପରେ ନୌସେନାକୁ ସତର୍କ କରିଦିଆଯାଇଛି। ଭାରତୀୟ ନୌସେନା ଜାହାଜ ଅବସ୍ଥାନ ଗୁଡ଼ିକରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି। ଆଇଏନ୍‍ଏସ୍‍ ଆରିହନ୍ତ, ଆଇଏନ୍‍ଏସ୍‍ ଅରିଘାଟ ଏବଂ ଆଇଏନ୍‍ଏସ୍‍ ଚକ୍ର ଭଳି ବୁଡ଼ା ଜାହାଜ ବହୁମୁଖୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିବାର କ୍ଷମତା ରଖିଛନ୍ତି। ଏହି ବୁଡ଼ା ଜାହାଜଗୁଡ଼ିକର ପରମାଣୁ ଅସ୍ତ୍ର ବହନର କ୍ଷମତା ରହିଛି। ଏଭଳି ଶକ୍ତିଶାଳୀ ବୁଡ଼ାଜାହାଜକୁ ଆତଙ୍କବାଦୀମାନେ କବ୍‍ଜା କରିବାକୁ ପ୍ରଶିକ୍ଷଣ ନେବା ଖବର ଭାରତ ପାଇଁ ଚିନ୍ତା ବଢାଇ ଦେଇଛି। ସୂଚନା ଅନୁସାରେ ସମୁଦ୍ର ଗର୍ଭରେ ସି ଡାଇଭର ଦ୍ୱାରା ନୌସେନା ଜାହାଜକୁ ଟାର୍ଗେଟ କରାଯିବ। ତେବେ ଭାରତୀୟ ନୌସେନା ଯୁଦ୍ଧ ଜାହାଜଗୁଡ଼ିକରେ ସମୁଦ୍ର ଗର୍ଭରେ ନିଜ ଆଡକୁ ଆସୁଥିବା କୌଣସି ବିପଦକୁ ଚିହ୍ନଟ କରି ସତର୍କ ସୂଚନା ଜାରି କରିବାର ବ୍ୟବସ୍ଥା ରହିଛି। ଫଳରେ ଅତି କମ୍‍ ସମୟ ମଧ୍ୟରେ ଅତି ନିକଟରୁ ଯୁଦ୍ଧ ଜାହାଜ ଗୁଡ଼ିକୁ ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା ଆଶଙ୍କା କରାଯାଉଛି।
ଉଲ୍ଲେଖ ଯେ ୨୦୦୦ ମସିହାରେ ଆମେରିକାର ଯୁଦ୍ଧ ଜାହାଜ ୟୁଏସ୍‍ଏସ୍‍ କୋଲେକୁ ଅଲକଏଦା ଆତଙ୍କବାଦୀ ସଂଗଠନ ବିସ୍ଫୋରକ ବୋଝେଇ ଜାହାଜ ଦ୍ୱାରା ସମୁଦ୍ର ଗର୍ଭରେ ଉଡ଼ାଇ ଦେଇଥିଲା। ଏଥିରେ ୧୭ ଜଣ ଆମେରିକା ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ୟେମେନ୍‍ଠାରେ ଆଡେନଠାରେ ଇନ୍ଧନ ଭର୍ତ୍ତି କରୁଥିବାବେଳେ ଆମେରିକାର ଏହି ଜାହାଜ ଆତଙ୍କବାଦୀଙ୍କ ଶିକାର ହୋଇଥିଲା।

Leave A Reply