ପୁଲିସ ଗୁଳିରେ ୪୦ ଆତଙ୍କବାଦୀ ନିହତ

0

କାଇରୋ: ଇଜିପ୍ଟ ପୁଲିସ ଶନିବାର ବିଭିନ୍ନ ଘଟଣାରେ ୪୦ ଆତଙ୍କବାଦୀଙ୍କୁ ନିପାତ କରିଛି। ଗିଜା ପିରାମିଡ୍ ନିକଟରେ ଭିଏତନାମର ତିନି ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବାର ଦିନକ ପରେ ପୁଲିସ ବିଭିନ୍ନ ଦମନ ଅଭିଯାନ କରିଥିଲା। ଗିଜା ପ୍ରଶାସନିକ ଅଞ୍ଚଳରେ ହୋଇଥିବା ୨ଟି ଚଢଉ​‌େ​‌ର ୩୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେହିପରି ଉତ୍ତର ସିନାଇ ଅଞ୍ଚଳରେ ହୋଇଥିବା ଅନ୍ୟ ଏକ ଚଢଉରେ ୧୦ ଆତଙ୍କବାଦୀ ପ୍ରାଣ ହରାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି। ଆତଙ୍କବାଦୀମାନେ ପର୍ଯ୍ୟଟନ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ପାଇ ପୁଲିସ ଚଢଉ କରିଥିଲା।

Leave A Reply