ଜାମ୍ମୁ-କାଶ୍ମୀରରେ ଜଣେ ଆତଙ୍କବାଦୀ ନିହତ

0

ଶ୍ରୀନଗର:- ଜାମ୍ମୁ-କାଶ୍ମୀରରେ ଜଣେ ଆତଙ୍କବାଦୀ ସେନା ଜବାନଙ୍କ ଗୁଳିରେ ନିହତ  ହୋଇଛି ।  ଭାରତ ଓ ପାକିସ୍ତାନ ସୀମାରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏହି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ସମୟରେ ସେନାଗୁଳିରେ ପ୍ରାଣ ହରାଇଛି । ବାରମୁଲା ଜିଲାର ନିୟନ୍ତ୍ରଣ ରେଖା ନିକଟରେ ଏହି ଆତଙ୍କବାଦୀଟି ଅନୁ ପ୍ରବେଶ ଉଦ୍ୟମ କରୁଥିଲେ ।  ସେନାର ଉପସ୍ଥିତ ଦେଖି ସେ ସେନା ଉପରକୁ ଗୁଳି ଚଳାଇଥିବା ଶ୍ରୀନଗରରେ ଥିବା ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍‌ ରାଜେଶ୍‌ କାଲିଆ କହିଛନ୍ତି । ସେନାର ପାଲଟା ଗୁଳି ମାଡରେ ଆତଙ୍କବାଦୀ ଜଣଙ୍କ ପ୍ରାଣ ହରାଇଛି ।

Leave A Reply