ନାଗରିକ ବିଧେୟକକୁ ୧୧ଟି ଦଳର ବିରୋଧ

0

ଗୁଆହାଟି : ଉତ୍ତର ପୂର୍ବାଞ୍ଚଳର ୧୦ଟି ରାଜନୈତିକ ଦଳ ସହିତ ବିଜେପିର ସହଯୋଗୀ ଜେଡିୟୁ ନାଗରିକ ସଂଶୋଧନ ବିଧେୟକକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ଯେ ୧୧ଟି ଯାକ ଆଞ୍ଚଳିକ ଦଳ ନାଗରିକ ସଂଶୋଧନ ବିଧେୟକକୁ ବିରୋଧ କରିବେ। ସାଙ୍ଗମା ଓ ଆସାମ ଗଣ ପରିଷଦ (ଏଜିପି) ଅଧ୍ୟକ୍ଷ ଅତୁଲ ବୋରାଙ୍କ ଦ୍ବାରା ଆହୂତ ଏକ ବୈଠକରେ ଏହି ରାଜନୈତିକ ଦଳଗୁଡିକ ଏକାଠି ବସି ବିଧେୟକକୁ ବିରୋଧ ଲାଗି ନିଷ୍ପତ୍ତି ନେଇଛନ୍ତି। ବିଧେୟକକୁ ବିରୋଧ କରିବାକୁ ଥିବା ଉତ୍ତର ପୂର୍ବାଞ୍ଚଳ ଦଳଗୁଡିକ ହେଲା ମିଜୋ ନ୍ୟାସନାଲ ଫ୍ରଣ୍ଟ, ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି, ଆସାମ ଗଣ ପରିଷଦ, ନାଗା ପିପୁଲ୍ସ ଫ୍ରଣ୍ଟ, ନ୍ୟାସନାଲ ପିପୁଲ୍ସ ପାର୍ଟି, ନ୍ୟାସନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି, ହିଲ ଷ୍ଟେଟ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟ, ଇଣ୍ଡିଜେନିଅସ ଫ୍ରଣ୍ଟ ଅଫ ତ୍ରିପୁରା ଓ ଖାନାମ।

Leave A Reply