ଉତ୍ତର ଭାରତରେ ପ୍ରଚଣ୍ଡ ଶୀତ, ତାପମାତ୍ରା ୫ ଡିଗ୍ରୀ ତଳେ

0

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‍ସିଆର ସମେତ ଉତ୍ତର-ପଶ୍ଚିମ ଭାରତରେ ରବିବାର ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀରରେ ଶୀତର ପ୍ରକୋପ ଜାରି ରହିଛି। ଅନେକ ସ୍ଥାନରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ତଳକୁ ଖସିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି କେତେକ ସ୍ଥାନରେ ତୁଷାରପାତ ହୋଇଛି। ରାଜସ୍ଥାନର ଚାଷ ଜମିରେ ବରଫ ଜମା ହୋଇଥିବାର ଦେଖିବାକୁ ମିଳିଛି।
ସ୍କାଇମେଟ୍‍ ଅନୁସାରେ ରବିବାର ରାଜସ୍ଥାନରେ ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍‍ରୁ ତଳେ ରହିଛି। ରାଜସ୍ଥାନର ଭିଲୱାଡ଼ାରେ ସର୍ବନିମ୍ନ ତାପମାତ୍ରା ୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ମଧ୍ୟପ୍ରଦେଶର ପଞ୍ଚମରାହିର ତାପମାତ୍ରା ବିଯୁକ୍ତ ୨ ଡିଗ୍ରୀ ଓ ଦିଲ୍ଲୀରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଉ ୩ରୁ ୪ ଦିନ ଏହି ଭଳି ଶୀତ ଅନୁଭୂତ ହେବ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସମେତ ରାଜ୍ୟର ଅନ୍ୟ କେତେକ ଅଂଶରେ ଶୀତ ଲହରୀ ପ୍ରବାହିତ ହେଉଛି। ଖଜୁରାହୋ ଏବଂ ଉମରିଆ ତାପମାତ୍ରା ୧ ଡିଗ୍ରୀ ସେଲସିୟ ଥିବା ବେଳେ ଭୋପାଳ ତାପମାତ୍ରା ୬.୮ ଡିଗ୍ରୀ, ଇନ୍ଦୋର ତାପମାତ୍ରା ୭.୨ ଡିଗ୍ରୀ, ଗ୍ୱାଲିୟର ତାପମାତ୍ରା ୩.୧ ଡିଗ୍ରୀ ଏବଂ ଜବଲପୁର ତାପମାତ୍ରା ୩.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜସ୍ଥାନର ଭିଲୱାଡା ତାପମାତ୍ରା ୦.୬ ଡିଗ୍ରୀ ସେଲସିୟସ, ଅଲୱର ତାପମାତ୍ରା ବିଯୁକ୍ତ ୧ଡିଗ୍ରୀ, ଫତେପୁର ତାପମାତ୍ରା ୧.୨ ଡିଗ୍ରୀ ଏବଂ ମାଉଣ୍ଟଆବୁ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ରହିଥିଲା ବେଳେ ଚାଷ ଜମିରେ ବରଫ ଜମା ହୋଇଥିବା ଦେଖିବାକୁ ମିଳଛି। ରାଜସ୍ଥାନର ରାଜଧାନୀ ଜୟପୁରରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରୀ, ଉଦୟପୁରରେ ତାପମାତ୍ରା ୨.୮ ଡିଗ୍ରୀ, ଯୋଧପୁରରେ ତାପମାତ୍ରା ୪.୫ ଡିଗ୍ରୀ ଓ ଜୈସଲମେରରେ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ ରହିଛି।
ସେହିପରି ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ତାପମାତ୍ରା ୨ ଡିଗ୍ରୀ ସେଲସିୟ ହ୍ରାସ ପାଇଛି। ଦିଲ୍ଲୀରେ ରବିବାର ସକାଳେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପଞ୍ଜାବର ଫରିଦକୋଟରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ, ଅମୃତସର ତାପମାତ୍ରା ୩.୫ ଡିଗ୍ରୀ, ଲୁଧିଆନାର ୪ ଡିଗ୍ରୀ ଏବଂ ପଟିଆଲାରେ ତାପମାତ୍ରା ୫.୬ ଡିଗ୍ରୀ ସେଲସିୟ ରେକର୍ଡ କରାଯାଇଛି। ହରିୟାଣାର ନାରନୌଲର ସର୍ବନିମ୍ନ ତାପମାତ୍ରା ୨.୩ ଡିଗ୍ରୀ, କର୍ଣ୍ଣାଲ ତାପମାତ୍ରା ୫ ଡିଗ୍ରୀ, ରୋହତକର ତାପମାତ୍ରା ୪.୬ ଡିଗ୍ରୀ ଏବଂ ସିରସାର ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି। କାଶ୍ମୀର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨ ଡିଗ୍ରୀ ତଳେ ରହିଛି। ପ୍ରଥମ ଥର ଝାଡ଼ଖଣ୍ଡରେ ତାପମାତ୍ରା ବିଯୁକ୍ତ ପାରାରେ ପହଞ୍ଚିଛି। ରବିବାର ସକାଳେ ଝାଡ଼ଖଣ୍ଡର ମୈକ୍ଲ୍ୟୁସ୍କିଗଞ୍ଜ ତାପମାତ୍ରା ବିଯୁକ୍ତ ୧.୫ ଡିଗ୍ରୀ ଏବଂ କାଂକେରେ ବିଯୁକ୍ତ ୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ କହିବା ଅନୁସାରେ ୧୯୬୯ ପରେ ଝାଡ଼ଖଣ୍ଡରେ ଏହା ହେଉଛି ସର୍ବନିମ୍ନ ତାପମାତ୍ରା।

Leave A Reply