ବଡଭାଇଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ତେଜସ୍ୱୀ

0

ରାଞ୍ଚି : ଆରଜେଡି ନେତା ତେଜପ୍ରତାପ ଯାଦବ ଓ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ତେଜସ୍ୱୀ ଯାଦବ ମୁହଁ ଖୋଲିଛନ୍ତି। ଝାଡଖଣ୍ଡ ରାଜଧାନୀ ରାଞ୍ଚିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତେଜସ୍ୱୀ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଏହା ଲୋକମାନଙ୍କର ବିଷୟ ନୁହେଁ ତେଣୁ ମୁଁ ଏହାର ଉତ୍ତର ରଖିବାକୁ ଉଚିତ ରଖିବାକୁ ମନେ କରୁନାହିଁ। ଏହି ଘଟଣା ତେଜପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ବ୍ୟକ୍ତିଗତ ତେଣୁ ସେମାନେ ଏହାର ବିଚାର କରି ସଠିକ ନିଷ୍ପତ୍ତି ନେବେ। ଏହାବ୍ୟତୀତ ତେଜସ୍ୱୀ ଯାଦବ ସାମ୍ବାଦିକ ମାନଙ୍କ ଉପରେ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଛି। ସେ କହିଥିଲେ ନେତା ମାନଙ୍କ ବ୍ୟକ୍ତିଗତ ଜୀବନର ସାମ୍ବାଦିକତା କରିବା ଠିକ ନୁହେଁ। ଯଦି ଏହା କରାଯାଏ ତା ହେଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯିବେ।
ସୂଚନାଯୋଗ୍ୟ ଯେ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବରୁ ତେଜପ୍ରତାପ ବାପା ଲାଲୁଙ୍କୁ ଭେଟ କରିବା ପରେ ଉତ୍ତରପ୍ରଦେଶ ପଳାଇଯାଇଥିଲେ। ପରିବାର ଲୋକେ ମତେ ସମର୍ଥନ କଲେ ମୁଁ ଘରକୁ ଫେରିବୁ ବୋଲି କହିଥିଲେ।

Leave A Reply