ବିହାର ବିଧାନସଭା ଅଧିବେଶନର ଶେଷ ଦିନରେ ତେଜପ୍ରତାପଙ୍କ ପ୍ରଥମ ଦେଖା

0

ନୂଆଦିଲ୍ଲୀ: ବିହାର ରାଜନୀତିର ଚର୍ଚ୍ଚିତ ନେତା ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଚଳିତ ବିଧାନସଭା ଅଧିବେଶନରେ ପ୍ରଥମ ଥର ପାଇଁ ଆଜି ଉପସ୍ଥିତ ହୋଇଥିଲେ। ପତ୍ନୀ ଐଶର୍ଯ୍ୟାଙ୍କୁ ବିବାହ ବିଚ୍ଛେଦ ପାଇଁ ପରିବାର କୋର୍ଟରେ ଆବେଦନ କରିବା ପରଠାରୁ ତେଜପ୍ରତାପ ଦୀର୍ଘ ଦିନ ଧରି ପାଟନାରୁ ବାହାରେ ଥିଲେ। ବିବାହ ବିଚ୍ଛେଦ ସମ୍ପର୍କିତ ମାମଲାର ଶୁଣାଣି ଆରମ୍ଭ ହେବାରୁ ତେଜ ପ୍ରତାପ ପାଟନା ପହଞ୍ଚିଛନ୍ତି। ବିହାର ବିଧାନସଭା ଅଧିବେଶନର ଶେଷ ଦିନରେ ଯେତେବେଳେ ତେଜପ୍ରତାପ ପହଞ୍ôଚଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଅଧିବେଶନ କାର୍ଯ୍ୟକାଳ ସ୍ଥଗିତ ହେବା କ୍ଷଣି ତେଜପ୍ରତାପ ତୁରନ୍ତ ବାହାରକୁ ଚାଲି ଯାଇଥିଲେ। ତେବେ ଯିବା ପୂର୍ବରୁ ନୀତୀଶ ସରକାରଙ୍କ ଉପରେ ବର୍ଷିଥିଲେ ତେଜପ୍ରତାପ।
ବିଧାନସଭାରେ ତେଜ ପ୍ରତାପଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ବିଧାନସଭା ଅଧିବେଶନର ଶେଷ ଦିନରେ ତେଜ ପ୍ରତାପ ଧୋତି ଓ କୁର୍ତ୍ତା ପିନ୍ଧି ବିଧାନସଭା ଅଧିବେଶନରେ ହାଜର ହୋଇଥିଲେ। ପାଦରେ କଳା ରଙ୍ଗର ଚପଲ ଓ ମଥାରେ ଇଂରାଜୀ ଅକ୍ଷର ୟୁ ସଦୃଶ୍ୟ ତିଲକ ତଳେ ତେଜପ୍ରତାପ ଚିହ୍ନା ପଡ଼ୁନଥିଲେ।

Leave A Reply