ବଜାରକୁ ଆସିଲା ଜିଓମିର ଏମ୍‍ଆଇ ଏ-୨, ଏମ୍‍ଆଇ ଏ-୨ ଲାଇଟ୍‍

0

ଜିଓମି କମ୍ପାନୀ ତରଫରୁ ଏମ୍‍ଆଇ ଏ-୨ ଏବଂ ଏମ୍‍ଆଇ ଏ-୨ ଲାଇଟ୍‍ ନାମକ ଦୁଇଟି ନୂଆ ଫୋନ୍‍ ଲଞ୍ଚ କରାଯାଇଛି। ଏମଆଇ ଏ-୨ ହେଉଛି ପୂର୍ବବର୍ଷ ଲଞ୍ଚ ହୋଇଥିବା ଏମ୍‍ଆଇ ଏ-୧ର ନୂଆ ଭରସନ୍‍। ଏହି ଦୁଇଟି ଫୋନ କଳା, ନୀଳ, ସୁନେଲୀ ରଙ୍ଗରେ ଉପଲବ୍ଧ ରହିଛି। ଏହାବ୍ୟତୀତ ଏହାର ଡିସ୍‍ପ୍ଲେ ଉପରେ ୨.୫ଡି ଗରିଲା ଗ୍ଲାସ ୫ର ସୁରକ୍ଷା ପାଇପାରିବେ। ଦୁଇଟି ଜାକ ଫୋନରେ ୟୁଏସବି ଟାଇପ୍‍-ସି ଚାର୍ଜିଙ୍ଗ ମିଳିବ।
ଏଥିରେ ୫.୯୯ଇଞ୍ଚ୍‍ର ଫୁଲ ଭ୍ୟୁ ଡିସ୍‍ପ୍ଲେ ରହିଛି। ଏହା ବ୍ୟତୀତ ଏହି ଦୁଇଟି ଫୋନରେ ଅକ୍ଟାକୋର ସ୍ନେପଡ୍ରାଗନ ୬୬୦ପ୍ରୋସେସର ଦିଆଯାଇଛି। ଏହି ଫୋନରେ ୬ଜିବି ରାମ୍‍ ଏବଂ ୧୨୮ ଜିବି ଷ୍ଟୋରେଜ ରହିଛି।
ଏମ୍‍ଆଇ ଏ-୨ ଏବଂ ଏମ୍‍ଆଇ ଏ-୨ ଲାଇଟର କ୍ୟାମେରା
ଏହାର ଆଗପଟ କ୍ୟାମେରା ୨୦ମେଗାପିକ୍ସେଲର ଏବଂ ଏଥିରେ ୧୨+୧୨ ରିୟର କ୍ୟାମେରା ରହିଛି। ଉଭୟ କ୍ୟାମେରାରେ ଆପଣ ଫ୍ଲାସ ଲାଇଟ ସୁବିଧା ପାଇପାରିବେ। ଫୋନ ସହିତ ବ୍ୟାକ କଭର ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ବ୍ଲୁଟୁଥ ୫.୦ ମିଳିବ।ଏହି ଫୋନରେ ଆଣ୍ଡ୍ରୋଏଡ ୱାନ୍‍ ମିଳିବ। ଏହାର ସୁରକ୍ଷା ପାଇଁ ଫୋନରେ ଟିପଚିହ୍ନ ସେନସର ରହିଛି। ଫୋନରେ ୪୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି।
ଏମଆଇ ଏ-୨ ଏବଂ ଏମଆଇ ଏ-୨ ଲାଇଟ୍‍ର ମୂଲ୍ୟ
ଏମଆଇ ଏ-୨ର, ୪ଜିବି ରାମ, ୩୨ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୨୪୯ଚୀନ ୟାନ ରହିଛି ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨୦,୦୦୦ ଟଙ୍କା। ସେହିଭଳି ୪ଜିବି ରାମ୍‍ , ୩୨ଜିବି ଷ୍ଟୋରେଜର ମୂଲ୍ୟ ହେଉଛି ୨୭୯ ଚୀନ ୟାନ, ତେବେ ଭାରତୀୟ ମୂଦ୍ରା ଅନୁସାରେ ଯାହାର ମୂଲ୍ୟା ୨୨,୫୦୦ ଟଙ୍କା ରଖାଯାଇଛି ଏବଂ ୬ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୩୪୯ ଚୀନ ୟାନ, ଭାରତୀୟ ମୂଦ୍ରା ଅନୁସାରେ ଯାହାର ମୂଲ୍ୟ ୨୮,୦୦୦ ଟଙ୍କା। ସେହିଭଳି ଏମ୍‍ଆଇ ଏ-୨ ଲାଇଟର ମୂଲ୍ୟ ୧୭୯ ଚୀନ ୟାନ, ୧୪,୫୦୦ ଟଙ୍କା ରଖାଯାଇଛି।
ଏମ୍‍ଆଇ ଏ-୨ ଲାଇଟର ବିଶେଷତ୍ୱ
ଏଥିରେ ୫.୮୪ ଇଞ୍ଚର ଏଚଡି ଡିସପ୍ଲେ , ସ୍ନାପଡ୍ରାଗନ ୬୨୫ ପ୍ରୋସେସର, ୩/୪ଜିବି ରାମ, ୩୨/୬୪ଜିବି ଷ୍ଟୋରେଜ, ୪୦୦୦ଏମ୍‍ଏଚ୍‍ର ବ୍ୟାଟେରୀ, ୧୨+୫ ମେଗାପିକ୍ସେଲ ରିୟର ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି।

Leave A Reply