ଛାତ୍ରୀଙ୍କ ଗଳା କାଟିବା ପରେ ନିଜ ଗଳା କାଟିଲେ ଶିକ୍ଷକ

0

ହାଇଦ୍ରାବାଦ: ଜଣେ ସ୍କୁଲ୍‍ ଶିକ୍ଷକ ଜନୈକା ନବମ ଶ୍ରେଣୀର ଛାତ୍ରୀଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଶିକ୍ଷକଙ୍କ କଥା ମାନିବାକୁ ମନା କରିବାରୁ ଛାତ୍ରୀଙ୍କୁ ଏଭଳି ଦଣ୍ଡ ମିଳିଛି। ଏହାପରେ ସମ୍ପୃକ୍ତ ଶିକ୍ଷକ ମଧ୍ୟ ନିଜ ଗଳାକାଟି ଦେଇଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲାରେ ଶନିବାର ସକାଳୁ ଘଟିଛି ଏହି ଅଘଟଣ।
ପୁଲିସ ସୂଚନା ଅନୁଯାୟୀ, ସକାଳୁ ଅଭିଯୁକ୍ତ ଶିକ୍ଷକ ଉକ୍ତ ଛାତ୍ରୀଙ୍କ ଘରକୁ ଯାଇଥିଲେ। ଛାତ୍ରୀଜଣକ ଦେଖାକରିବାକୁ ଆସିବା ପରେ ତାଙ୍କ ବେକକୁ ଶିକ୍ଷକ ଏକ ବ୍ଲେଡ୍‍ରେ କାଟି ଦେଇଥିଲେ। ଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ଛାତ୍ରୀଙ୍କ ଘର ନିକଟରେ ଥିବା ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ଧରି ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ। ଏହି ସମୟରେ ଶିକ୍ଷକ ତାଙ୍କ ନିଜ ବେକ କାଟି ଦେଇଥିôଲେ। ଗୁୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply