ଚାହା ପତିକୁ ନ ଫୋପାଡି ଏପରି କରନ୍ତୁ ପୁନଃ ବ୍ୟବହାର

0

ଆମେ ସମସ୍ତେ ଘରେ ଚାହା ପ୍ରସ୍ତୁତ କରି ପିଇଥାଉ। ବହୁ ଲୋକଙ୍କ ଘରେ ଦୁଇ ତିନି ଥର ଚାହା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଚାହା କରିବା ପରେ ଆମେ ତାକୁ ଛାଣି ପତିକୁ ଫୋପାଡି ଦେଇଥାଉ। କିନ୍ତୁ ସେହି ଚାହା ପତିକୁ ନ ଫୋପାଡି ଆମେ ଅନେକ କାର୍ଯ୍ୟରେ ବ୍ୟବହାର କରିପାରିବା।
ଚାହା ପତିକୁ ଦ୍ୱିତୀୟ ଥର ବ୍ୟବହାର କରିବା ପୂର୍ବରୁ ତା ବିଷୟରେ ଅନେକ ଆବଶ୍ୟକ ତଥ୍ୟ ଜାଣିବା ଉଚିତ। ଚାହା ତିଆରି କରିବା ପରେ ପତିକୁ ଚାହାଛଣାରେ ଭଲ ଭାବେ ଛାଣି ନିଅନ୍ତୁ। ତାପରେ ଚାହାପତିକୁ ଠିକ ଭାବେ ଧୋଇ ଦିଅନ୍ତୁ ଯେପରି ସେଥିରୁ ମିଠା ଅଂଶ ଦୂର ହୋଇଯିବ।

ଚାହା ପତିକୁ ଏହି କାମରେ ବ୍ୟବହାର କରିପାରିବେ ..
ଚାହା ପତିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଫୁଟା ହୋଇଥିବା ଚାହା ପତିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଖଣ୍ଡିଆରେ ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହୋଇଯାଏ। ଚାହା ପତିକୁ ଦ୍ୱିତୀୟ ଥର ବ୍ୟବହାର କରି ପୋଷାକରୁ ଦାଗ ମଧ୍ୟ ଛଡାଯାଇଥାଏ।
ଚାହାପତିକୁ କଣ୍ଡିସନର ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ। ଚାହା ପତିକୁ ନ ଫୋପାଡି ତାକୁ ଭଲ ଭାବେ ଧୋଇ ଫୁଟାଇ ଦିଅନ୍ତୁ। ତାପରେ ସେହି ପାଣିରେ ଚୁଟିକୁ ଧୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଚୁଟି ଆକର୍ଷଣୀୟ ଓ କୋମଳ ହୋଇଯିବ।ଚାହା ପତିକୁ ନ ଫୋପାଡି ତାକୁ ଗଛ ମୂଳରେ ଦିଅନ୍ତୁ। ଏହାଦ୍ୱାରା ଗଛ ଭଲ ଭାବେ ବଢିଥାଏ।
ବ୍ୟବହୃତ ଚାହା ପତିକୁ ଦ୍ୱିତୀୟ ଥର ଧୋଇ ଭଲ ଭାବେ ଫୁଟାଇ ଦେଅନ୍ତୁ। ତାହାକୁ ଏକ ବୋତଲରେ ଭର୍ତ୍ତି କରି କାଠ ଜିନିଷ ସଫା କରିବାରେ ବ୍ୟବହାର କରି ପାରିବା। ଏହାଦ୍ୱାରା କାଠ ଜିନିଷର ଚମକ ବଜାୟ ରହିଥାଏ।

Leave A Reply