ଅଢେଇ ବର୍ଷ ବାଳକର ତଣ୍ଟିରୁ ବାହାରିଲା ତାୱା ବେଣ୍ଟ

0

ଝାରସୁଗୁଡା: ଝାରସୁଗୁଡା ଜିଲା କିର୍ମିରା ବ୍ଳକ ପତ୍ରାପାଲୀରେ ନିଜ ମାମୁ ଘରକୁ ଯାଇଥିବା ଏକ ଅଢେଇ ବର୍ଷ ବାଳକର ତଣ୍ଟିରେ ତାୱାର ବେଣ୍ଟ ପଶିଯାଇଥିଲା। ବାଳକ ଅମିତ ଗୁରୁ ତାୱାକୁ ଧରି ଖେଳୁଥିବା ସମୟରେ ବେଣ୍ଟଟି ତାର ତଣ୍ଟି ଭିତରକୁ ପଶିଯାଇଥିଲା। ପରିବାର ଲୋକେ ଜିଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ ମଧ୍ୟ ଡାକ୍ତର ବେଣ୍ଟଟିକୁ ବାହାର ନ କରିପାରିବାରୁ ବୁର୍ଲାକୁ ସ୍ଥାନାନ୍ତର କରି ଦେଇଥିଲେ। ମାତ୍ର ପରିବାର ଲୋକେ ଅମିତକୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ତାୱାର ବେଣ୍ଟ କଢାଯାଇଥିଲା। ବର୍ତ୍ତମାନ ଅମିତ ସୁସ୍ଥ ଥିବା ଜଣା ପଡିଛି।

Leave A Reply