ଭାରତୀୟ ବଜାରରେ ଆସିଲା ଟାଟା ମୋଟର୍ସ ‘ଟିଗୋର’ର ନୂଆ ସସ୍କରଣ

0

ନୂଆଦିଲ୍ଲୀ : ଟାଟା ମୋଟର୍ସ ବୁଧବାର ନିଜର ନୂଆ ଏଡିସନ କମ୍ପେକ୍ଟ ସୌଡାନ ଟିଗୋରର ବଜାର ପ୍ରବେଶ କରାଇଛି। ଏହି କାରର ମୂଲ୍ୟ ୫.୨୦ଲକ୍ଷ ଟଙ୍କା ରୁ ୭.୩୮ଲକ୍ଷ ଟଙ୍କା ରହିଛି। ନୂଆ ଟିଗୋର ପେଟ୍ରୋଲ କାରର ମୂଲ୍ୟ ୫.୨୦ଲକ୍ଷ ରୁ ୬.୬୫ ଲକ୍ଷ ଟଙ୍କା ରହିଥିବାବେଳେ ଡିଜେଲର ମୂଲ୍ୟ ୬.୦୯ ଲକ୍ଷ ରୁ ୭.୩୮ଲକ୍ଷ ଟଙ୍କା ରହିଛି। ଟାଟା ମୋଟର୍ସର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ମତରେ ଯେଉଁ ଗ୍ରାହକମାନେ ଉଚିତ ମୂଲ୍ୟରେ ଭଲ ଗାଡିର ଆଶା ରଖିଛନ୍ତି ସେମାନଙ୍କ ପାଇଁ ଟାଟା ମୋଟର୍ସ ଗାଡି ଗୁରୁତ୍ୱ ବହନ କରିବ। ଟିଗୋରର ନୂଆ ସସ୍କରଣ ଦ୍ୱାରା ଗ୍ରାହକମାନେ କମ୍ପାନୀ ପ୍ରତି ଆକୃଷ୍ଟ ହେବେ ବୋଲି କମ୍ପାନୀ ଆଶାପ୍ରକଟ କରିଛି।

Leave A Reply