ତାଲିବାନର ଗଡ୍‌ ଫାଦରଙ୍କୁ ଘରେ ପଶି ହତ୍ୟା

0

ଇସଲାମାବାଦ . – ତାଲିବାନର ଗଡ ଫାଦର କୁହାଯାଉଥିବା ପାକିସ୍ତାନର ଧର୍ମଗୁରୁ ମୌଲାନା ସମିଉଲ୍ ହକ୍‌ଙ୍କୁ ହତ୍ୟା କରାଯାଇଛି ।ରାଓଲ୍‌ପିଣ୍ଡିରେ ଥିବା ତାଙ୍କ ଘରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ପାକିସ୍ତାନର କିଛି ଗଣମାଧ୍ୟମ ଖବର ପ୍ରସାରଣ କରିଥିବା ବେଳେ ତାଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ହମିଦୁଲ୍‌ ହକ୍‌ ସ୍ପଷ୍ଟ କରିଛନ୍ତି  ।

ସମିଉଲ୍‌ ହକ୍‌ଙ୍କୁ ତାଲିବାନ୍‌ର ଗଡ୍‌ ଫାଦର ଭାବେ ବିବେଚନା କରାଯାଉଥିଲା । ଏହା ସହ ସେ ଇସଲାମି ମଦ୍ରସେ ଦାରୁଲ ଉଲେମ୍‌ ହକ୍କାନିଆର ପ୍ରମୁଖ ଥିଲେ । ସେ  ଦମିୟତ ଉଲେମା-ଏ-ଇସଲାମି ରାଜନୈତିକ ଦଳର ଅଧ୍ୟକ୍ଷ ଥିଲେ । ପାକିସ୍ତାନର ଜିଓ ନ୍ୟୁଜର ଖବର ଅନୁଯାୟୀ  ସମିଉଲ୍‌ ନିଜ କୋଠରୀରେ ଆରାମ କରୁଥିବା ବେଳେ କିଛି ଦୁର୍ବୃତ୍ତମାନେ ପଶି ତାଙ୍କୁ ହତ୍ୟା କରିଥିଲେ ।  ସମିଉଲ୍‌ଙ୍କ ନିଜ ସୁରକ୍ଷା କର୍ମୀ ସେହି ସମୟରେ ବଜାରକୁ ଯାଇଥିଲେ ।

Leave A Reply