ତାଳି ଉପକାର

0

ଆମ ଦେଶରେ ଭଜନ ଗାଇବା ବେଳେ ତାଳି ବଜାଇଥାନ୍ତି। ଭାଷଣ ଶୁଣିବା ତଥା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସକାଶେ ମଧ୍ୟ ତାଳି ବଜାଯାଇଥାଏ। ତାଳି ବଜାଇବା କେବଳ ଏକ ପରମ୍ପରା ନୁହେଁ, ଏହାର ସ୍ୱାସ୍ଥ୍ୟ ଉପକାରୀ କାରଣ ରହିଛି। ରୋଗ ଆକ୍ରମଣରୁ ସୁରକ୍ଷା ଦେବା ସହିତ ବିଭିନ୍ନ ରୋଗର ଉପଚାର ମଧ୍ୟ ତାଳି ବଜାଇବା ଦ୍ୱାରା ହୋଇପାରେ। ନିୟମିତ ୧ରୁ ୨ମିନିଟ ତାଳି ବଜାଇଲେ ଆଉ କୌଣସି ବ୍ୟାୟାମ କରିବା ଆବଶ୍ୟକ ହୁଏନାହିଁ। ଯଦି ଆଳସ୍ୟ ଯୋଗୁ ବ୍ୟାୟାମ କରିପାରୁନଥାନ୍ତି, ତେବେ ତାଳି ବଜାନ୍ତୁ। ବୈଜ୍ଞାନିକ ତଥ୍ୟ ଅନୁସାରେ, ହାତ ପାପୁଲିରେ ଶରୀରର ସମସ୍ତ ଆଭ୍ୟନ୍ତରୀଣ ଶକ୍ତିର ଉତ୍ସ ରହିଛି। ତାଳି ବଜାଇଲେ ଏସବୁ ବିନ୍ଦୁ ଉପରେ ବାରମ୍ବାର ଚାପ ପଡିବା ଦ୍ୱାରା ଶରୀରର ବିଭିନ୍ନ ଶକ୍ତିକେନ୍ଦ୍ର ଠିକ୍‌ ଭାବେ କାର୍ଯ୍ୟ କରେ। ଫଳରେ ଶରୀର ସୁସ୍ଥ ରହେ। ତାଳି ବଜାଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଏ। ତେଣୁ ମେଦବହୁଳତା କମି ବିଭିନ୍ନ ବିକାର ନଷ୍ଟ ହୁଏ। ବାତ, ପିତ୍ତ, କଫର ସନ୍ତୁଳନ ଠିକ୍‌ ରହେ। ତାଳି ବଜାଇବା ସହିତ ସୁଷମ ଖାଦ୍ୟ ଏବଂ ପ୍ରାକୃତିକ ସାଧନର ଉପଯୋଗ କରୁଥିବା ଜରୁରୀ।

Leave A Reply