ତାଳଚେରରେ ଅର୍ଥନୈତିକ ଅବରୋଧ

0

ଅନୁଗୁଳ : ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣିରୁ ଲୋକାଲ ରୋଡ ସେଲ ଯୋଗେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ନ ମିଳିବା ନେଇ ଗୁରୁବାର ତାଳଚେରରେ ଅର୍ଥନୈତିକ ଅବରୋଧ କରାଯାଇଛି।

ତାଳଚେରର ବିଭିନ୍ନ କୋଇଲା ଖଣିରୁ ଏବେ ସ୍ଥାନୀୟ ବ୍ୟବସାୟୀଙ୍କୁ ଲୋକାଲ ରୋଡ଼ ସେଲରେ କୋଇଲା ମିଳିବାରେ ଅସୁବିଧା ସୃଷ୍ଟି ହେଉଛି। ଫଳରେ ସେମାନେ ଏବେ ନିଜ ଟ୍ରକରେ କୋଇଲା ପରିବହନ ପାଇଁ ଆବଶ୍ୟକୀୟ କୋଇଲା ପାଉନାହାଁନ୍ତି। ଏନେଇ ଟ୍ରକ ମାଲିକ ସଂଘ ତରଫରୁ ଅର୍ଥ ନୈତିକ ଅବରୋଧ କରାଯାଇଛି।

ତାଳଚେରଠାରେ ଏମସିଏଲ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ କୋଇଲାଖଣିରେ ଏବେ ପ୍ରାୟ ୫ ହଜାର ଟ୍ରକ କୋଇଲା ପରିବହନ କାର୍ୟ୍ୟରେ ନିୟୋଜିତ ଅଛନ୍ତି। ତାଳଚେରର ପ୍ରାୟ ୨ ହଜାର ଟ୍ରକ ମାଲିକ କୋଇଲା କ୍ରୟ କରି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଦେଇଥାନ୍ତି। ତେବେ ଏମସିଏଲ କର୍ତ୍ତୃପକ୍ଷ ଦିନକୁ ଦିନ ରୋଡ଼ ସେଲ ଯୋଗେ କୋଇଲାର ପରିମାଣ କମାଉଛନ୍ତି। ଯଦ୍ବାରା ଏବେ ଟ୍ରକ ମାଲିକମାନେ କୋଇଲା ନପାଇ ଆର୍ଥିକ ଭାବେ ଦୁର୍ବଳ ହୋଇ ଚାଲିଛନ୍ତି। ଅପର ପକ୍ଷରେ ଟ୍ରକ ମାଲିକ ମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ତାଳଚେର ଉପଜିଲାପାଳ ପ୍ରତିକ୍ରିୟା ରଖିଛନ୍ତି।

Leave A Reply