ଟାଇକୋଣ୍ଡ ଏକାଡେମୀ ପରିସରରେ ୧୮ତମ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ

0

ଗଞ୍ଜାମ: ଛତ୍ରପୁର ବ୍ଲକ ମହାନଦାପୁର ଗ୍ରାମ ସ୍ଥିତ ଟାଇକୋଣ୍ଡ ଏକାଡେମୀ ପରିସରରେ ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡ ଅସୋସିଏସନ ପକ୍ଷରୁ କୋଚ୍ ଇ.ଲଳିତ କୁମାରଙ୍କ ନେତୃତ୍ୱରେ ୧୮ତମ କଲର ବେଲଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ଜଣ ପରୀକ୍ଷାର୍ଥୀ ନିଜର ଦକ୍ଷତା ଓ କ୍ରୀଡା କୈାଶଳ ପ୍ରଦର୍ଶନ କରିଥିଲେ । ଏହି ପରୀକ୍ଷାରେ ସମସ୍ତେ ଉତୀର୍ଣ୍ଣ ହୋଇଥିଲେ । ଏଥିରେ ରାଜ୍ୟ ଟାଇକୋଣ୍ଡ ଅସୋସିଏସନର ସହ–ସଂପାଦକ ତଥା କୋଚ୍ କେ.ମନୋଜ କୁମାର ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ଟାଇକୋଣ୍ଡ ନୂତନ କୈାଶଳ ଶିକ୍ଷା ପ୍ରଦାନ କରିବା ସହ ଆସନ୍ତା ଅକ୍ଟୋବର ୧୨ତାରିଖ ଠାରୁ ୧୪ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ରାଜ୍ୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଜିଲ୍ଲାର ସମସ୍ତ ଏକାଡେମୀର ଖେଳାଳୀ ମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ମହାନଦାପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଗଞ୍ଜାମ ଟାଇକୋଣ୍ଡ ଏକାଡେମୀର ସଭାପତି ଅରୁଣ ରାଉଳ, ରତିକାନ୍ତ ପାଣିଗ୍ରାହୀ, ଦୀପକ ବେହେରା, ସିଏଚ୍. ପ୍ରସାଦ ନାୟକ, ଅଜିତ୍ କୁମାର ମହାରଣାଙ୍କ ସମେତ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରାଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply