ରବିବାର ରାଶିଫଳ

0

ମେଷ: କର୍ମ ତତ୍ପରତା ପ୍ରକାଶ ପାଇବ। ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଠିକ୍‌ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ପ୍ରାପ୍ତ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି।
ବୃଷ: ମାନ-ସମ୍ମାନର ଅଧିକାରୀ ହୋଇପାରନ୍ତି। ସେବକ ମନୋଭାବ ଗ୍ରହଣ କରିପାରନ୍ତି। ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ, ଯେତେ ବଡ଼ ଦାୟିତ୍ବ ହେଲେ ବି ତାକୁ ବହନ କରିବାର ଶକ୍ତି ଆପଣଙ୍କର ରହିଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ପରୀକ୍ଷାରେ ସଫଳତା ଲାଭ କରିବେ। ଧନ ହାନି ଘଟିବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ କ୍ଳେଶ ଉପୁଜି ପାରେ। ଜଳଯାତ୍ରା କରିବା ମନା।
କର୍କଟ: ଆବଶ୍ୟକ ସହଯୋଗ ମିଳିପାରେ। ବନ୍ଧୁ ମିଳନରେ ଆନନ୍ଦ ଉତ୍ସବ ଲାଗି ରହିବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ସର୍ବତ୍ର ଶୁଭ ଆଶାକରାଯାଏ। ପତ୍ନୀଙ୍କ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଲାଭଜନକ ହେବ।
ସିଂହ: ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହୋଇପାରନ୍ତି। ସୁଖ ଶାନ୍ତିର ଦିନଟି ଆଜି। ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବେ। ଶ୍ରେଷ୍ଠ ସୁଖର ଅଧିକାରୀ ହେବେ। ଉତ୍ସାହିତ ହୋଇ କାର୍ଯ୍ୟ କରିବେ।
କନ୍ୟା: ଜଞ୍ଜାଳ ଦୂରୀଭୂତ ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ। ଧନଲାଭର ସୂଚନା ମିଳୁଛି। ଯାନବାହନ ସୁଖ ପାଇପାରନ୍ତି। ଭୋଗ ବିଳାସରେ ସମୟ ଅତିବାହିତ ହୋଇପାରେ। କ୍ଷମତା ସମ୍ପନ୍ନ ହେବେ।
ତୁଳା: କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ। ବହୁ ଶୁଭଫଳ ମିଳିବାର ସୁଯୋଗ ଅଛି। ଯାନବାହନ ସୁଖ ମିଳିବ। କୃଷିକ୍ଷେତ ଲାଭଦାୟକ ହେବ। କୋମଳ ବଚନରେ ଅନ୍ୟମାନଙ୍କୁ ମୁଗ୍ଧ କରିବେ। ସୁବକ୍ତା ଭାବେ ସମ୍ମାନିତ ହେବେ।
ବିଛା: ବାଧା-ବିଘ୍ନ ଥାଇ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ପାରିବାରିକ ସୁଖ ମିଳିବ। କାର୍ଯ୍ୟରେ ଆଗେଇବେ। ବିବାଦରେ ବିଜୟୀ ହେବେ। ଯଶବାନା ଉଡ଼ାଇ ପାରନ୍ତି। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ।
ଧନୁ: ଗୁରୁଜନଙ୍କ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଅନୁରୋଧ ରକ୍ଷା କରାଯିବ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଭ୍ୟର ପରିବର୍ତ୍ତନ ଘଟିବ। ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି। ପ୍ରିୟଭାଷୀ ଓ ଧନ-ବାହନଯୁକ୍ତ ହେବେ।
ମକର: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ମାନ-ସମ୍ମାନ ବୃଦ୍ଧି ହେବ। ଧନବାନ୍‌ ହେବେ। ଅପାର ଗୁଣର ଆଧାର ହୋଇପାରନ୍ତି। ଉପାର୍ଜନକାରୀ ଓ ବଳିଷ୍ଠ ହେବେ।
କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟୟ ପରିମାଣ ବୃଦ୍ଧି ପାଇବ। ସର୍ବ ମଙ୍ଗଳ ଆଶାକରାଯାଏ। ଧନବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାରୂପକ ମହାଧନରେ ମଣ୍ଡିତ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଶାସ୍ତ୍ରଜ୍ଞ ହେବେ। ସନ୍‌ମାର୍ଗୀ ହେବେ।
ମୀନ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗୀ ହୋଇପାରନ୍ତି। ଗୁଣଜ୍ଞ ହେ​‌େ​‌ବ। ପ୍ରସନ୍ନତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। କରିତ୍‌କର୍ମା ହେବେ।

Leave A Reply