ସୁନ୍ଦରୀ ଆକ୍ରମଣରେ ଜଣେ ମୃତ; ରାସ୍ତାରୋକ

0

ଅନୁଗୁଳ: ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟଲୋକ ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ୫୫ ନମ୍ବର ଜାତୀୟ ରାଜପଥରେ ମୃତଦେହକୁ ରଖି ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ରହିଛନ୍ତି ।

ସୂଚନାଯୋଗ୍ୟ, ରବିବାର ଅନୁଗୁଳ ଜିଲା ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ତ୍ରିନାଥ ସାହୁ ସୁନ୍ଦରୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ସାମ୍ବାଦିକ ରଘୁନାଥ ସାହୁ ଆହତ ହୋଇଛନ୍ତି । ଆହତ ସାମ୍ବାଦିକ ହସ୍ପିଟାଲରେ ଭତ୍ତି ହୋଇଛନ୍ତି ।

Comments
Loading...