ପଦ୍ମଶ୍ରୀ ସୁଲଗିତ୍ତି ନରସମ୍ମାଙ୍କ ପରଲୋକ

0

ବେଙ୍ଗେଲୁରୁ : ଜନନୀ ଆମ୍ମାଙ୍କ ନାମରେ ପରିଚିତ କର୍ଣ୍ଣାଟକର ମହିଳା ଚାଷୀ ଓ ଶ୍ରମିକ ପଦ୍ମଶ୍ରୀ ସୁଲଗତ୍ତି ନରସମ୍ମାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା। ପଦ୍ମଶ୍ରୀ ସୁଲଗତ୍ତି ଶ୍ୱାସ ଜନିତ ରୋଗ ପାଇଁ ନଭେମ୍ବର ୨୯ ତାରିଖରୁ ବେଙ୍ଗେଲୁରୁ ସ୍ଥିତ ବିଜିଏମ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମେଡିକାଲ ପ୍ରଶାସନ ସୂଚନା ଅନୁସାରେ ମଙ୍ଗଳବାର ୩ଟାରେ ନସରମ୍ମାଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ଖବର ଶୁଣିବା ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ମେଡିକାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।
ଚଳିତ ବର୍ଷ ନରସମ୍ମାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ନରସମ୍ମା ବିନା କୌଣସି ମେଡିକାଲ ସହାୟତାରେ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ୧୫ହଜାରରୁ ଊର୍ଦ୍ଧ୍ବ ପ୍ରସବ କରାଇଛନ୍ତି। ସମାଜ ପାଇଁ ତାଙ୍କର ଏହି ମହାନ ତ୍ୟାଗ ପାଇଁ ଟୁମକୁର ବିଶ୍ୱବିଦ୍ୟାଳୟ ଡକ୍ଟର ଉପାଧିରେ ସମ୍ମାନିତ କରିଥିଲେ।
ସୁଲଗତ୍ତି ନସରମ୍ମାଙ୍କ ଘର କର୍ଣ୍ଣାଟକର ଟୁମକୁର ଜିଲା କୃଷ୍ଣାପୁରା ଗ୍ରାମରେ। ନିରକ୍ଷର ନସରମ୍ମା ଚାଷ ଓ ଶ୍ରମିକ ଭାବରେ କାମ କରି ନିଜର ରୋଜଗାର ମେଣ୍ଟାଇଥାନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ନିଶ୍ଳୁକ ପ୍ରସବ କରାଇବା ପାଇଁ ନସରମ୍ମାଙ୍କ ନାମ ପ୍ରସିଦ୍ଧ। ତାଙ୍କ ଏଭଳି କାମକୁ ଦେଖି ତାଙ୍କୁ ଜନନୀ ଆମ୍ମା ଭାବରେ ବିବେଚନା କରାଯାଏ।

Leave A Reply