ମାଁ ପାଳପୋଛି ଠାକୁରାଣୀଙ୍କର ସାତଦିନ ଧରି ଭାଗବତଜ୍ଞାନ ଯଜ୍ଞ ଅନୁଷ୍ଠିତ

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକ ହରିପୁର ଗ୍ରାମରେ ଥିବା ମାଁ ପାଳପୋଛି ଠାକୁରାଣୀଙ୍କ ପୀଠରେ ଅଁଳା ନବମୀଠାରୁ ଭାଗବତ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉଯାଇଛି । ଏହି ଅବସରରେ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଗୋ ପୂଜନ, ମାତୃପୂଜା କରାଯାଇ ଭାଗବତ ପାଠ ସପ୍ତସତୀ ଚଣ୍ଡିପାଠ ଘୃତ ଯଜ୍ଞ କରାଯାଉଛି। ଶତାଧିକ ପୁରୁଷ ମହିଳା ଠାକୁରାଣୀଙ୍କ ମଣ୍ଡପରେ ସବୁବେଳେ ଗହଳି ଲାଗିଛି । ସବୁଦିନ ଏକ ପ୍ରହରୀ ସଂକୀର୍ତ୍ତନ କରାଯାଉଛି । ଶୁକ୍ରବାର ରାସପୂର୍ଣ୍ଣମୀ ଦିନ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବ । ଏଥିରେ କର୍ତ୍ତା କର୍ତ୍ତ୍ରୀ ଭାବେ ଧୃବଚରଣ ମହାପାତ୍ର ଓ ମିନା ମଣି ମହାପାତ୍ର ରହିଛନ୍ତି । ପଣ୍ଡିତ ନୃସିଂହ ମିଶ୍ର ଅକ୍ଷୟ ମିଶ୍ର ଓ ଲକ୍ଷ୍ମିକାନ୍ତ ନନ୍ଦ ଯଜ୍ଞ କର୍ମ କରୁଛନ୍ତି । ହରିପୁର ମା ପାଳପୋଛି ଟ୍ରଷ୍ଟବୋର୍ଡ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଦିଜବର ମହାପାତ୍ର ଓ ଟୁଟୁ ବାରିକ ପ୍ରମୁଖ ଗ୍ରାମବାସୀ ସଂଯୋଜନା କରିଛନ୍ତି ।

Leave A Reply