ତହସିଲଦାରଙ୍କ ତଦନ୍ତ ବେଳେ ମରଣାନ୍ତକ ଆକ୍ରମଣ ; ଜଣେ ଗୁରୁତର

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ଥାନା ଇନ୍ଦିପୁର ଗ୍ରାମର ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଲୁହାରଡ ଦ୍ୱାରା ଆକ୍ରମଣ ହେବାରୁ  ଉକ୍ତ ପରିବାରର ଦେବାଶିଷ ସେନାପତିଙ୍କର  ମୁଣ୍ଡ ଫାଟି ଯାଇଛି ଓ ସେ ବେହୋସ ହୋଇଯାଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ସରକାରୀ ଜାଗା ଜବରଦଖଲକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଏହି ଆକ୍ରମଣ ହୋଇଛି ବୋଲି ଥାନାରେ ଅଭିଯୋଗ କରାଯାଇଛି। ସେହିପରି ପ୍ରତିପକ୍ଷଙ୍କ ତରଫରୁ ମଧ୍ୟ ଥାନାରେ ପ୍ରତି ଅଭିଯୋଗ କରାଯାଇଥିବା ଜଣାପଡ଼ିଛି ।

Leave A Reply