ପୁଅକୁ ହରେଇଥିବା ମା’କୁ ସମବେଦନା ଜଣେଇଲେ ସ୍ଵେଚ୍ଛାସେବୀ

0

ସୁଆଣ୍ଡୋ : ଏକମାତ୍ର ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ଶଯ୍ୟାଶାୟୀ ହୋଇ ପଡିଥିବା ମାଆ ପାଖରେ ଗ୍ରାମର ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନ ପହଞ୍ଚି ସମବେଦନା ଜଣାଇଛନ୍ତି । ପୁରୀଜିଲା ସତ୍ୟବାଦୀ ବ୍ଲକ ସଂଲଗ୍ନ ଅଭୟମୁଖି ପଞ୍ଚାୟତ ଇନ୍ଦିପୁର ଗ୍ରାମର ଗରିବ ବିପ୍ର ମଳିକଙ୍କ ଏକମାତ୍ର ପୁଅ ଅଭୟର ଅକାଳମୃତ୍ୟୁ ଘଟିଛି । ଏହି ଘଟଣାରେ ଗ୍ରାମର ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ଅଜୟ ବିଦ୍ୟାଳୟର ଜଣେ ମେଧାବି ଓ ଶାନ୍ତଶିଷ୍ଟ ଛାତ୍ର ଥିଲେ । ଗ୍ରାମର ଜନ୍ମାଷ୍ଟମୀ ପର୍ବକୁ କାଣ୍ଟଛାଣ୍ଟ କରି ରୟାଲ ଡେଲାଙ୍ଗ ସଙ୍ଗଠନ ପକ୍ଷରୁ ସେହି ଦୁଃଖିନି ମାଆକୁ ୨୧୦୦ ଟଙ୍କା ସାହାଯ୍ୟ କରାଯାଇଛି । ଗ୍ରାମବାସୀ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୁବ ସଙ୍ଗଠନର ଏଭଳି କାମକୁ ପ୍ରଶଂସା କରିଛନ୍ତି ।

Leave A Reply