ଭୁଷୁଡ଼ି ପଡିଲା ନଦୀ ପଠା; ସୁଆଣ୍ଡୋ ବ୍ରିଜ୍ ପ୍ରତି ବିପଦ ଆଶଙ୍କା    

0

ସୁଆଣ୍ଡୋ: ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀ ନଦୀର ବନ୍ୟାଜଳରେ ସୁଆଣ୍ଡୋ ବ୍ରିଜ୍ ନିକଟର ଉଭୟ ପାର୍ଶ୍ଵରେ ଥିବା ନଦୀ ପଠା ଭୁଷୁଡ଼ି ପଡିଛି । ଗବକୁଣ୍ଡ କଟ୍ ଓ ଭାର୍ଗବୀ ନଦୀରେ ଦୁଇଟି ବାଟ ଦେଇ ଜଳ ନିଷ୍କାସିତ ହେଉଥିବା ଦୃଷ୍ଟିରୁ ନଦୀର ଉପରମୁଣ୍ଡରେ ପ୍ରଖର ସ୍ରୋତ ଫଳରେ ନଦୀପଠା ଭୁଷୁଡ଼ି ପଡୁଛି । ଏଥିଯୋଗୁଁ ବ୍ରିଜ୍ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ; ନଦୀର ପୂର୍ବ ତଟ ନିମାପଡ଼ା ଜଳସଂପଦ ବିଭାଗ ଓ ପଶ୍ଚିମ ପଟ ସାକ୍ଷୀଗୋପାଳ ଉପଖଣ୍ଡ ଅଧିନରେ ରହିଛି । ନଦୀପଠାକୁ ସୁରକ୍ଷିତ କରି ରଖିବା ନିମନ୍ତେ ପଥର ପ୍ୟାକିଙ୍ଗ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି ।

Leave A Reply