ମେଡିକାଲ ପରିସର ସଫା କଲେ ସ୍ଵେଚ୍ଛାସେବୀ

0

ସୁଆଣ୍ଡୋ: ଦୀର୍ଘଦିନ ଧରି ଅଳିଆ ଆବର୍ଜନା  ହୋଇ ପଡି ରହିଥିବା ଜହ୍ନିଭାଲିଆ ମେଡିକାଲ ପରିସରକୁ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପରିଷ୍କାର କରାଯାଇଛି । ହାତରେ କୋଦାଳ ଝାଡୁ ମୁଠା ଧରି ସକାଳୁ ସକାଳୁ ସମସ୍ତେ ଡାକ୍ତରଖାନା ଚତୁଃପାର୍ଶ୍ଵ ସଫାସୁତୁରା କରିଛନ୍ତି । ପୁରୀଜିଲା ଜହ୍ନିଭାଲିଆ ହାଟ ନିକଟରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୯୯୨ ମସିହାରେ ଉକ୍ତ ଡାକ୍ତରଖାନାଟି ଖୋଲାଯାଇଛି । ପ୍ରତିଦିନ ଶତାଧିକ ରୋଗୀ ଏଠାରେ ଚିକିତ୍ସିତ ହୋଇଥାନ୍ତି। ସଫେଇ କାର୍ୟ୍ୟକ୍ରମରେ ଡାକ୍ତରଖାନା କର୍ମଚାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ସଫେଇ କାର୍ୟ୍ୟକ୍ରମ ମାସକୁ ଗୋଟିଏ ଦିନ କରାଯିବ ବୋଲି ସ୍ୱେଚ୍ଛାସେବୀମାନେ କହିଛନ୍ତି।

Leave A Reply