ପଞ୍ଚାୟତ ସମିତି ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ

0

ସୁଆଣ୍ଡୋ: ସତ୍ୟବାଦୀ ବ୍ଲକ ସଭାଗୃହ ପରିସରରେ ଆଜି ଚତୁର୍ଥ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିପିଓ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସ୍ବାଗତ କରିଥିଲେ। ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଭାବେ ସଭାରେ ଯୋଗ  ଦେଇଥିଲେ। ବ୍ଲକ ଅଧ୍ୟକ୍ଷା ସଭାରେ ଅଧ୍ୟକ୍ଷତା କରି ସଭା କାର୍ୟ୍ୟ ଆଗେଇ ନେଇଥିଲେ। ଜିଲ୍ଲାପରିଷଦ ସଭ୍ୟ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ସଭାପତିଙ୍କ ପ୍ରସ୍ଥାବ କ୍ରମେ ‘ସତ୍ୟବାଦୀର ପଞ୍ଚଶଖାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ’ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମସ୍ତେ ଠିଆହୋଇ ତାଳିମାରି ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

Leave A Reply