ସତ୍ୟବାଦୀରେ ଜଡି ବୁଟି ଦିବସ ଉପଲକ୍ଷେ ଆଲୋଚନାଚକ୍ର

0

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ଯୋଗକେନ୍ଦ୍ର ପରିସରରେ ଜଡି ବୁଟି ଦିବସ ଉପଲକ୍ଷ୍ୟେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେଳ ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ନିଜ ବାଡି ବଗିଚା, ସରକାରଙ୍କ ପତିତ ଜାଗା ଗୁଡିକରେ ନିମ୍ବ, ବେଲ, ଅଁଳା, ହରିଡ଼ା, ବାହାଡ଼ା, ତୁଳସୀସତାବରୀ, ଘିକୁଁଆରି, ଅଶ୍ବଗନ୍ଧା, ମଞ୍ଜୁଆତି ଆଦି ଔଷଧୀୟ ବୃକ୍ଷ ରୋପଣ କରିବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଯୋଗକେନ୍ଦ୍ର ପରିସରରେରେ ବୃକ୍ଷ ରୋପଣ କରାଯାଇଥିଲା । ସବୁ ବର୍ଷଭଳି ଦେଶରେ ପାଳିତ ହେଉଥିବା ଜଡି ବୁଟି ଦିବସ ଏଠାରେ ପାଳନ କରାଯାଇଥାଏ। ଯୋଗକର୍ମୀ ରମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ତିନିଶହରୁ ଅଧିକ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Leave A Reply